କୁଆଜରି
ଦେଖଣା
କୁଆଜରି —
ଉଚ୍ଚାରଣ: Kuājari
ସଂ. ନାମ ପ୍ଳକ୍ଷ, ଜଟୀ, ପର୍କରୀ,
ପର୍କଟୀ, ଚାରୁଦର୍ଶନୀ
ତେ. ଗଙ୍ଗରୟଯୁବ୍ବୀ
ତା. ପୋରିଶରାବି
ମ ପିମ୍ପରୀ
ଗୁ. ପୀପର୍ୟ୍ୟ
পাকুড়্
पाकुर, पाखर, पिलठन
ଦେ. ବି (ସଂ. କାଳ+ଜଟୀ) —
ବରଗଛ ଜାତୀୟ ବୃହତ୍ ବୃକ୍ଷ ବିଶେଷ; ପ୍ଳକ୍ଷ —A large tree; Ficus Infectoria (Haines); Waved—leaf fig tree.
[ଦ୍ର—ଏ ଗଛରୁ ବରଗଛ ପରି ଓହୋଳ ପଡ଼େ; ଏହା ଅଶ୍ବତ୍ଥ ଗଛଠାରୁ ଛୋଟ; ଶାଖା କୋମଳ ଓ କ୍ଷୁଦ୍ର ଲୋମଯୁକ୍ତ; ପତ୍ରର ଅଶ୍ବତ୍ଥ ପତ୍ର ପରି ଲାଞ୍ଜ ନାହିଁ; ଫଳ ମଟର ପରି ଛୋଟ ଓ ପାଚିଲେ ଧଳା ହୁଏ ବୈଦ୍ୟଶାସ୍ତ୍ର ଅନୁସାରେ ଏହା କଷାୟରସ, ଶୀତବୀର୍ୟ୍ୟ; ଏହା ବ୍ରଣ, ଯୋନିରୋଗ, ଦାନ, ପିତ୍ତ, କଫ, ରକ୍ତଦୋଷ, ଶୋଥ ଓ ରକ୍ତପିତ୍ତନାଶକ ଏହାର ଫଳକୁ କୁଆମାନେ ଖାଆନ୍ତି]