କୁଆର ପୂନିଅଁ
ଦେଖଣା
କୁଆର ପୂନିଅଁ —
ଉଚ୍ଚାରଣ: Kuāra pūniañ
ଦେ. ବି. (ସଂ. କୁମାର=କାର୍ତ୍ତିକେୟ+ପୂର୍ଣ୍ଣିମା) —
ଆଶ୍ବିନମାସର ପୂର୍ଣ୍ଣିମା —The full moon of the month of Āṡwina in which children worship the rising full moon.
[ଦ୍ର—ଏ ଦିନ ସନ୍ଧ୍ୟା ସମୟରେ କୁମାର କୁମାରୀମାନଙ୍କର ଉତ୍ସବ ଓ ଚାନ୍ଦପୂଜା ହୁଏ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଭୋଗକୁ 'ଚାନ୍ଦ' ବୋଲାଯାଏ କୁମାର କୁମାରୀମାନେ ପରସ୍ପର ପାଟିକୁ 'ଚାନ୍ଦ' ଦିଆ— ଦେଇ ହୋଇ 'ଚାନ୍ଦ' ମିତ୍ରତା ବସନ୍ତି ଏବଂ ପରସ୍ପର ନାମ ଧରି ନ ଡାକି 'ଚାନ୍ଦ' ବୋଲି ଡକାଡକି ହୁଅନ୍ତି]