Jump to content

କୁଇଲ୍ ପେନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଇଲ୍ ପେନ୍
ଉଚ୍ଚାରଣ: Kuilpen
কুইল परका कलम

ଷ୍ଟୀଲ ପେନ୍=ଲୁହା କଲମ, ରୀଡ୍ପେନ୍=କଳମ ବା ଶରକାଣ୍ଡ କଲମବିପରୀତ

ବୈଦେ. (ଇଂ. କ୍ବିଲ୍ଲ୍=ପକ୍ଷୀଙ୍କ ପର+ପେନ୍=କଲମ) ବି. —

ମଯୁର ଓ ହଂସ ଆଦି ପକ୍ଷୀଙ୍କ ଠାରି ଝଡ଼ିବା ପରର କଲମ; ପରି କଲମ —Quill-pen.

[ଦ୍ର—ମଯୁର, ହଂସ ଓ ଶାରୁଣାଆଦି ପକ୍ଷୀଙ୍କ ପରର ଅଗପାଖ ପକ୍ଷଯୁକ୍ତ ଓ ମୂଳପାଖରେ ମନୁଷ୍ୟ ହାତର ନଖ ପରି ଟାଣୁଆ ଓ ପତଳା ଫମ୍ପା ନଳି ଥାଏ ସେହି ଫମ୍ପା ନଳିକୁ ୟତ୍ନପୂର୍ବକ ଛୁରି ବା କଲମତରାଶ୍ରେ ତେରଛେଇ କରି କାଟି ସେଥିରୁ ସରୁ ଜିଭ ବାହାର କରାଯାଏ ଓ ସେ ଜିଭର ଅଗକୁ ସମାନ୍ୟରେ ଚିରି ଦେଇ ତାକୁ ମୁନିଆଁ କରାଯାଏ ସେହି ମୁନକୁ କାଳିରେ ବୁଡ଼ାଇ ଲୋକେ ତହିଁଦ୍ବାରା କାଗଜଆଦି ଉପରେ ଲେଖନ୍ତି ଲେଖି ଲେଖି ସେ ମୁନ ଦନ୍ଥଡ଼ା ହୋଇଗଲେ ପୁଣି କଲମତରାଶ୍ରେ ସେ ମୁନକୁ ବନାଇ ଦେଲେ ତହିଁରେ ଲେଖାଯାଏ ଲେଖକର ଲେଖିବା ରୀତି ଅନୁସାରେ ଏ ମୁନକୁ ସରୁ ବା ମୋଟ କରି ତଞ୍ଛା ଯାଇପାରେ ଗୋଟିଏ ଗୋଟିଏ ବଡ଼ ପରର ନଖମୟ ଅଂଶକୁ ୧୧୨: ଥର 'କତ' କରାଯାଇ ପାରେ କୁଆ ଆଦି କ୍ଷୁଦ୍ରତର ପକ୍ଷୀମାନଙ୍କ ପରରେ ମଧ୍ୟ ସରୁଆ ନଳ ଥାଏ; ସେହି ପରରୁ ଖୁବ୍ ସରୁମୁନଯୁକ୍ତ କଲମ ହୁଏ ଓ ସେ ସରୁ କଲମରେ ନକ୍ସା ଆଦିରେ ଲେଖାଯିବା ସରୁ ଓ ଓ ଛୋଟ ଅକ୍ଷର ଲେଖାଯାଏ କଲମ ପରି ଜିଭ ଥିବା ଲୁହାପାତିଆକୁ ନିବ୍ ବା ଷ୍ଟୀଲ୍ପେନ୍ ବୋଲାଯାଏ; ନିବ୍ କୁଇଲ୍ପେନ୍ ଅପେକ୍ଷା ବେଶିଦିନ ସ୍ଥାୟୀ ହେଲେ ମଧ୍ୟ ତାକୁ ଆପଣା ଇଚ୍ଛା ଅନୁସାରେ ସରୁ ବା ମୋଟ କରାଯାଇ ପାରେ ନାହିଁ ଓ ତାହା ଦନ୍ଥଡ଼ା ହୋଇଗଲେ ତାହା ଦ୍ବାରା ଆଉ ଲେଖା କାମ ଚଳି ପାରେ ନାହିଁ]