Jump to content

କୁକ୍କୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକ୍କୁର
ଉଚ୍ଚାରଣ: Kukkura

ସଂ.ବି. ପୁଂ.—(କୁକ୍+କୁର ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ.)

୧: ଶ୍ବାନ; କୁତ୍ତା —Dog.

[ ଦ୍ର—ଚାଣକ୍ୟ ପଣ୍ଡିତ କକ୍କୁରର ଏହି ଛଅ ଗୋଟି ବିଶିଷ୍ଟ ଗୁଣ ନିର୍ଦ୍ଦେଶ କରି ଅଛନ୍ତି— ବହାଶୀ ସ୍ବଳ୍ପସନ୍ତୁଷ୍ଟଃ ସୁନିଦ୍ରଃ ଶୀଘ୍ରଚେତନଃ ପ୍ରଭୁଭକ୍ତ ଶ୍ଚ ଶୂରଶ୍ଚ ଷଡ଼େତେ ଚ ଶୁନୋଗୁଣାଃ ପ୍ରାୟ ପ୍ରତ୍ଯେକ ଦେଶରେ କୁକ୍କୁର ଗୃହପାଳିତ ଓ ଗ୍ରାମ୍ୟ ପଶୁରୂପେ ପରିଚିତ ନାନ ଜାତିର, ନାନ ବର୍ଣ୍ଣର ଓ ନାନ ଆକାରର କୁକ୍କୁର ଅଛନ୍ତି ଏମାନଙ୍କର ନିଦ ଗାଢ଼ି ନୁହେ ଏମାନେ ଘରେ ଦ୍ବାର ଜଗନ୍ତି, ଶିକାର କରନ୍ତି କୁକ୍କୁରର ପ୍ରଭୁଭକ୍ତି ଚିରପ୍ରସିଦ୍ଧ; ଏମାନଙ୍କୁ ତାଲିମ କରି ଲୋକେ ଚୋର ଧରିବା, ପହରା ଦେବା ଆଦି କର୍ମରେ ଲଗାନ୍ତି; ଏମନ୍ତ କି ସମୟ ସମୟରେ ଏମାନଙ୍କୁ ଲୋକେ ଛୋଟ ଗାଡ଼ିରେ ଜୋଚନ୍ତି]

୨: ୟଦୁବଂଶୀୟ କ୍ଷତ୍ରୀୟଜାତିବିଶେଷ — ୨. A class of Kashatriyas of the J̄adu race.

୩: ନୀଚ ସଙ୍କର ହୀନ ବ୍ୟକ୍ତି —୩. A despicable man of a mixed caste (M.W.)

୪: ଅନ୍ଧକରାଜପୁତ୍ର — ୪. Name of a son of king Andhaka (M.W.)

୫: ଉଭିଜ୍ଜ ସୁଗନ୍ଧିବିଶେଷ — ୫. A vegetable perfume (M.W.)