କୁଙ୍କୁମ
କୁଙ୍କୁମ —
ଉଚ୍ଚାରଣ: Kuṇkuma
ସଂ. ପର୍ୟ୍ୟାୟ:—
କାଶ୍ମୀର; ବାହ୍ଲିକ;
ଘୁସୃଣ; ରୁଧିର
কুনকুগ
केशर
ତେ କୁଙ୍କୁମପୁବୁ
ତା. ମୃର୍ଗୁଲମାରା
ସଂ. ବି. (କୁଙ୍କ୍ ଧାତୁ=ଗ୍ରହଣ କରିବା+କର୍ମ. ଉମ୍) —
୧: କାଶ୍ମୀର ଦେଶଜ ଗୁଳ୍ମ ଓ ତହିଁର ଫୁଲର ସୁଗନ୍ଧ କେସର; ଜାଫ୍ରାନ୍ —୧. Saffron; Crocus Sativus (Plant and the Pollen).
[ ଦ୍ର—ଏହା କାଶ୍ମୀର ଦେଶୀୟ ଶାକ ଜାତୀୟ ଗୁଳ୍ମ ଓ ତହିଁର ଫୁଲର ସୁଗନ୍ଧ କେଶର ଏଥିପାଇଁ ଏହାକୁ ଜାଫ୍ରାନ୍ କେଶର ମଧ୍ୟ କହନ୍ତି ଶରତ୍ କାଳରେ ଫୁଲ ଫୁଟେ ଫୁଲକୁ ଶୁଖାଇ ସ୍ତ୍ରୀ—କେଶରକୁ ପୃଥକ୍ କରି
ଉତ୍କୃଷ୍ଟ 'ସାହୀ ଜାଫ୍ରାନ୍' ନାମରେ ବିକ୍ରି କରାଯାଏ ପୁଂ—କେଶରର ମୂଲ୍ୟ ଅପେକ୍ଷାକୃତ ଅଳ୍ପ ଜାଫ୍ରାନ୍କୁ ଧନୀଲୋକ ଚନ୍ଦନ ସଙ୍ଗେ ଘୋରି ସୁବାସ ନିମନ୍ତେ ଦେହରେ ଲଗାନ୍ତି ଏବଂ ଏହା ଖେଚାଡ଼ି ଓ ପଲଉରେ ପଡ଼ିଲେ ଅତି ଉତ୍ତମ ବାସେ]
୨: ନାତିଦୀର୍ଘ ବୃକ୍ଷବିଶେଷ ଏବଂ ତାହାର ଗିଲଛୁଇଁ ପରି ଚେପଟା କଣ୍ଟାଳିଆ ଫଳ ଓ ତହିଁ ମଧ୍ୟରେ ଥିବା ରକ୍ତବର୍ଣ୍ଣ ଗୋଲ ମଞ୍ଜି; ବିଲାତି ହଳଦୀ — ୨. A tree with pods bearing seeds of a vermilion-red colour (used to colour clothes); Garcinia Indica; Garcinia Purpurea.
[ଦ୍ର—ଏ ଗଛ ପଶ୍ଚିମ ଭାରତ, କଙ୍କଣ ଓ କାନେଡ଼ାର ପର୍ବତ— ମାନଙ୍କରେ ଜନ୍ନେ ଗଛ ସରୁ ସରୁ ଏବଂ ଏହାର ଶାଖା ତଳକୁ ଓହୋଳି ପଡ଼ିଥାଏ; ଛେଲି ଧୂସରବର୍ଣ୍ଣ ଓ କାଠ ଈଷତ୍ ଧଳା ଏହାର କଅଁଳ ପତ୍ର ନାଲିଆ ଓ ଫଳ ଛୋଟ ନାରଙ୍ଗ ପରି ଗୋଲ; ଏଥିର ମଞ୍ଜି ଫଳମଧ୍ୟରେ ନାଲିଆ ରସ ଭିତରେ ବୁଡ଼ି ରହିଥାଏ ଏହି ମଞ୍ଜିକୁ ପାଣିରେ ଗୋଳି ଲୁଗା ରଙ୍ଗ କରନ୍ତି ଗଛର ଫଳ, ମଞ୍ଜି ଓ ଛେଲି ଶ୍ବାସ, ଓଠଫାଟ ଏବଂ ପୈତ୍ତିକ ରୋଗରେ ବ୍ୟବହ଼ୃତ ହୁଏ]