Jump to content

କୁଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଜ
ଉଚ୍ଚାରଣ: Kuja

ସଂ. ବି (କୁ=ପୃଥବୀ+ ଜନ୍ ଧାତୁ ଜନ୍ମିବା+କର୍ତ୍ତୃ. ଅ) —

୧: (ପୃଥିବୀରୁ ଜାତ) ମଙ୍ଗଳ ଗ୍ରହ — ୧. The planet Mars.

୨: (ପୃଥିବୀର ପୁତ୍ର) ନରକାସୁର — ୨. The name of a demon.

୩: ବୃକ୍ଷ —୩. Tree; plant.

কুজ कुबड़

ଦେ. ବି (ସଂ. କୁବ୍ଡ) —

୧: କୁବ୍ଡ; ପଦାକୁ ବାହାରିଥିବା ପୃଷ୍ଠଦେଶର ବକ୍ରତା ବା ବକ୍ରାଂଶ —୧. Hunch; hump on the back.

୨: ଉଚ୍ଚ ହୋଇ ଉଠିଥିବା ଗୋଳକ ବା ଆବୁ — ୨. Protuberance.

(ଯଥା—ଫାସୀ ଗଛରେ କୁଜ ବାହାରେ)

ଦେ . ବିଣ —

କୁକ୍କପୃଷ୍ଠ; କୁଜା —Hump-bached.

ତେଣୁ କ୍ରୋଧ କରିଣ ସମୀର, କୁଜ କଲେ କନ୍ୟାଙ୍କ ଶରୀର ବିଶ୍ବନାଥ. ବିଚିତ୍ର. ରାମାୟଣ