କୁଞ୍ଜ
ଦେଖଣା
କୁଞ୍ଜ —
ଉଚ୍ଚାରଣ: Kun̄ja
ସଂ. ବି. (କୁ+ଜନ୍ ଧାତୁ+କର୍ତ୍ତୃ. ଅ) —
୧: ଲତାଗୃହ; ଘର ପରି ମାଡ଼ିଥିବା ଲତାମୟ ସ୍ଥାନ; କୁଞ୍ଜବନ; ନିକୁଞ୍ଜ —୧. A bower; grave; arbour.
୨: ଲତା ଗୁଳ୍ମାଦି ସଜ୍ଜିତ ଗୃହ —୨. A house over-grown with creeping plants.
୩: ପର୍ବତ ଗୁମ୍ପା —୩. Cave.
୪: ବୃନ୍ଦାବନରେ ଭିନ୍ନ ଭିନ୍ନ ଶ୍ରୀକୃଷ୍ଣବିଗ୍ରହ ଥିବା ମନ୍ଦିର — ୪. (in Bṛundācana) The temples of different idols of Ṡrīkṛushṇa
୫: ହାତୀ ଦାନ୍ତ —୫. Ivory.
୬: ଦନ୍ତହନୁ; ତଳପାଟି —୬. The lower jaw.
୭: ସୋଲ ଓ କାଗଜ ଇତ୍ୟାଦିରେ ମଣ୍ଡିତ କୃତ୍ରିମ ବୃକ୍ଷ — ୭. An artificial tree made of pith and coloured paper representing a bower.
ଦେ. ବି —
କୁଞ୍ଜବିହାରୀର ଡ଼ାକ ନାମ — Name for calling Kun̄jabihārī.