Jump to content

କୁଟାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟାଇବା
ଉଚ୍ଚାରଣ: Kuṭāibā
কোটান कुटबाना

ଦେ. କ୍ରି. (ସଂ. କୁଟ୍ଟୁଧାତୁ; କୁଟିବା କ୍ରିୟାର ପ୍ରଯୋଜକ ରୂପ) —

୧: ଅନ୍ୟଦ୍ବାରା କୁଟିବା କ୍ରିୟା କରାଇବା — ୧. To have the act of beating or pounding done by other; to have a thing pounded by others; to cause to be pounded or beaten.

୨: ଅନ୍ୟ ଦ୍ବାରା ମାଡ଼ ମରାଇବା —୨. To cause a person to be given a sound beating.

୩: (ସ୍ତ୍ରୀ ଲୋକମାନେ) ଅନ୍ୟ ଦ୍ବାରା ଶରୀରର ବିଭିନ୍ନ ଅଙ୍ଗରେ ଚିତା କୁଟାଇବା —୩. To have the body tattooed by another person.

କୁଟାଇଛି ଚିବୁକେ ମକ୍ଷିକା ଚାରୁଚିତ୍ର ଭଞ୍ଜ, ଲାବଣ୍ୟବତୀ

୪: ଧାନରୁ ଚାଉଳ ବାହାର କରିବା ନିମନ୍ତେ କୁଟିବା କର୍ମ ଅନ୍ୟ ଦ୍ବାରା କରାଇବା — ୪. To have paddy husked by others.