କୁଟିଳ
କୁଟିଳ —
ଉଚ୍ଚାରଣ: Kuṭiḻa
(ସରଳ—ବିପରୀତ)
(କୁଟିଳା—ସ୍ତ୍ରୀ)
(କୁଟିଳତା; କୌଟଲ୍ୟ—ବି)
ସଂ. ବିଣ. (କୁଟି=ବକ୍ରତା+ଳ) —
୧: ଅସରଳ; ବକ୍ର; ବଙ୍କା — ୧. Curved; crooked; bent; tortuous.
୨: ଅସରଳସ୍ବଭାବ; କପଟୀ — ୨. Insincere; hypocritical; crooked by nature.
୩: କ୍ରୁର —୩. Heartless; cruel.
୪: ଶଠ; ଧୂର୍ତ୍ତ — ୪. Cheating; deceiving; deceitful.
୫: ସମାଧା କରିବାକୁ କଷ୍ଟସାଧ୍ୟ — ୫. Difficult of solution.
୬: କୁଞ୍ଚକୁଞ୍ଚିଆ; କୁଞ୍ଚିତ — ୬. Curled; curly.
୭: କୃପଣ —୭. Miserly; niggardly.
ସଂ. ବି. —
୧: ତଗର ଗୁଳ୍ମ (ଦେଖ) ୧. Tagara (plant) (See) (Apte).
୨: ଟିଣ (ଧାତୁ) —୨. Tin (metal) (Apte).
ଦେ. ବି. —
କୁଟିଳତା; କୌଟିଲ୍ୟ — State of being curled.
କୁଟିଳ ବେଶରେ ଅଛନ୍ତି ଭୂପତି. ପ୍ରେମପଞ୍ଚାମୃତ
[ଦ୍ର—ଭାଷାରେ ଓ ପ୍ରାଚୀନ ସାହିତ୍ୟରେ ବିଶେଷ୍ୟ ଶବ୍ଦ ବିଶେଷଣ ଅର୍ଥରେ ଓ ବିଶେଷଣ ପଦ ବିଶେଷ୍ୟ ଅର୍ଥରେ ପ୍ରଯୋଗ ହେବାର ବହୁଳ ଉଦାବରଣ ଦେଖା ଯାଏ]