କୁଟୁତୁଣୀ
ଦେଖଣା
କୁଟୁତୁଣୀ —
ଉଚ୍ଚାରଣ: Kuṭutuṇī
কুট্তি; ভাননী
कुटुनहारी
ଦେ. ବି. ସ୍ତ୍ରୀ. (ସଂ. କୁଟ ଧାତୁ; ସଂ. କୁଟବୃତ୍ତ) —
୧: ଯେଉଁ ସ୍ତ୍ରୀ ଢିଙ୍କିଆଦିଦ୍ବାରା କୌଣସି ପଦାର୍ଥ କୁଟେ —୧. A woman who beats or pounds grains with the husking machine.
୨: ଧାନ କୁଟିବା ଯେଉଁ ସ୍ତ୍ରୀର ଜୀବିକା — ୨. A woman who lives on husking paddy and preparing rice therefrom.
[ଦ୍ର—ମଫସଲ ଅଧିକାଂଶ ଗରିବ ସ୍ତ୍ରୀମାନେ ପରଘରେ ଧାନ କୁଟି ସେଥିରୁ ୟାହା ମୂଲ ମିଳେ କିମ୍ବା ପଚିସାକୂଟା ପ୍ରମାଣେ ଲୋକଙ୍କଠାରୁ ଧାନ କୁଟିବାକୁ ଆଣି ସେଥିରୁ ତାଙ୍କୁ ଦଶ ଗୌଣି ହିସାବରେ ଚାଉଳ ଦେଇ ବାକି ୟାହା ଚାଉଳ ଓ କୁଣ୍ଡା ଆଦି ବଳେ ତଦ୍ଦ୍ବାରା ପୋଷି ହୁଅନ୍ତି]