Jump to content

କୁଟ୍ଟିମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟ୍ଟିମ
ଉଚ୍ଚାରଣ: Kuṭṭima

ସଂ. ବି. (କଟ୍ଟୁ ଧାତୁ=କାଟିବା+କର୍ମ. ଇମ) —

୧: ରତ୍ନର ଖଣି — ୧. A mine of gems; jewel-mine.

୨: ସମତଳ କରାଯାଇଥିବା ଭୂମି — ୨. Levelled ground.

୩: ମସୃଣ ଭୂମି; ଖସଡ଼ା ଜମି — ୩. Slippery ground.

୪: କ୍ଷୁଦ୍ର କ୍ଷୁଦ୍ର ପ୍ରସ୍ତର ଖଣ୍ଡ ବା ରତ୍ନ ଖଚିତ ଗୃହତଳ — ୪. Pavement paved with small bits of stones or gems.

୫: ପକ୍କାଘରର ତଳ; ଚଟାଣ — ୫. The floor of a building; pavement; paved floor.

୬: ପ୍ରସ୍ତରାଦି ନିର୍ମିତ ବନ୍ଧ ବା କାନ୍ଥ — ୬. A bank or wall made of stones, bricks etc.

୭: ଭୂମି —୭. Ground.

୮: ପ୍ରାସାଦି ତିଆରି ନିମନ୍ତେ ପ୍ରସ୍ତୁତ ମୂଳଦୁଆ — ୮. Groundwork prepared for the erection of a mansion.

୯: ଡ଼ାଳିମ୍ବ (ଗଛ ଓ ଫଳ) — ୯. The pomegranate (tree and fruit).

୧: କୋଠା ଘର; ପ୍ରାସାଦ —୧୦. Palace; building.

ନିର୍ଜରନଗରୀ ମଣିକୁଟ୍ଟିମେ ଚଢାଇ ପୁଣି ନିଃଶ୍ରେଣୀଟି କାଟି ପକାଇଲା ରେ କବିସୂର୍ଯ୍ୟ ରତ୍ନାକରଚମ୍ପୂ ବ ଗୀତ

୧୧: କୁଟୀର —୧୧. Cottage; hut.

ସଂ. ବିଣ —

କ୍ଷୁଦ୍ର କ୍ଷୁଦ୍ର ପ୍ରସ୍ତରଖଣ୍ଡ ବା ରତ୍ନାଦି ଦ୍ବାରା ଖଚିତ — Decorated with mosaic; paved or set with small stones.