Jump to content

କୁଡ଼ୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଡ଼ୁଆ
ଉଚ୍ଚାରଣ: Kuṟḍ̠uā

ଦେ. ବି (ସଂ. କୁଡ଼ିବା) —

୧: ମହାପ୍ରସାଦ ଅନ୍ନବ୍ୟଜ୍ଞନାଦି ପାକ କରିବାର ମାଟିପାତ୍ର ବା ହାଣ୍ଡ଼ି; ଅଭଡ଼ା—ହାଣ୍ଡ଼ି — ୧. A red and high earthen pot for cooking rice and curry offerings used in the temples of puri and Bhubaneswarṡwara.

ବନ୍ଧୁ ଚଳତ ଏହା ଶୁଣି, ଅଭଡ଼ା କୁଡ଼ୁଆଏ ଆଣି— ରାମଦାସ. ଦାର୍ତ୍ୟତାଉକ୍ତି

[ଦ୍ରେ—ମହାପ୍ରସାଦ ଅନ୍ନ, ତିଅଣ ଆଦି ରନ୍ଧାୟିବ ଓ ରଖାଯିବା ମାଟିର ପାତ୍ରମାନଙ୍କୁ ସାଧାରଣତଃ କୁଡ଼ିଆ ବା କୁଡ଼ୁଆ ବୋଲାଯାଏ, କିନ୍ତୁ ବଡ଼ ପାତ୍ରକୁ ହାଣ୍ଡ଼ି, ମଧ୍ୟଭଳି ପାତ୍ରକୁ କୁଡ଼ୁଆ ଓ ସାନପାତ୍ରକୁ ଓଳି ବା ବଡ଼ା ବୋଲାଯାଏଅନ୍ନ କୁଡ଼ିଆରେ ରନ୍ଧାହୋଇ ବଡ଼ ହାଣ୍ଡ଼ିରେ ଅଜଡ଼ାଯାଏ କୁଡ଼ୁଆରେ ଅନ୍ନ, ତିଅଣ, କ୍ଷୀର ଆଦି ରନ୍ଧା ଯାଏ କୁଡ଼ୁଆ ମଧ୍ୟ ନାନାପ୍ରକାରର ଯଥା—ଅନ୍ନ ବା ଭାତ କୁଡ଼ୁଆ, କ୍ଷୀରୀ କୁଡ଼ୁଆ, ତିଅଣ ବା ତୁଉଣିଆ କୁଡ଼ୁଆ,ଜାଗର କୁଡ଼ୁଆ, ଇମାର କୁଡ଼ୁଆ,ବସାଣ କୁଡ଼ୁଆ ଇତ୍ୟାଦି]

୨: ପାତ୍ର —୨. Pot.