କୁଢ଼
କୁଢ଼ —
ଉଚ୍ଚାରଣ: Kuṟḍ̠ha
ସଂ. କାଶ୍ମୀରଜ;
ବାପ୍ୟ; ବ୍ୟାଧି;
ଅଗଦ; କୁଷ୍ଠ
কুড;কুঢ়;পাচক
कुट; कूठ;
कुष्ट; कुड़
ତେ. କୋସ୍ତମୁ
କାଶ୍ମୀର ନାମ.
ଚୋବ୍—ବି—କୋଟ୍
कुड़, कुरा, कूरिया
ଦେ. ବି —
୧: (ସଂ. କୁଷ୍ଠ)—କାଶ୍ମୀର ଦେଶଜ ଓଷଧ ଦ୍ରବ୍ୟ ବିଶେଷ; ସୋମରାଜି ବର୍ଗର ଦୀର୍ଘ ଶାକବିଶେଷ ଓ ତାହାର ଚେର —୧. A medicinal plant and its root; Saussurea Lappas Compositae.
[ଦ୍ର— ଏହା ଉଦର ଓ ନାଡ଼ି ରୋଗରେ ଉପକାରୀ ଶାଲଆଦି ଊର୍ଣ୍ଣାବସ୍ତ୍ର ମଧ୍ୟରେ ଏହାର ଚେରକୁ ରଖିଲେ ଶାଲ ବାସେ ଓ ଶାଲଆଦିରେ ପୋକ ଲାଗେ ନାହିଁ
କଟୂରୋହିଣୀ କୁଢ଼ କାଫଡ଼ ଶୁଣ୍ଠୀ ମୂଥା ପୀତାମ୍ବର. ନୃସିଂହପୂରାଣ
୨: (ସଂ. କୂଟ; ପ୍ରା. କୁଡ଼)—ଗଦା; ରାଶି; ସ୍ତୂପ — ୨. Heap.
ପବନ ବିନା ମାଟି କୂଢ଼ ବୃକ୍ଷ ପନ୍ତି ଧରି ମହୀ ଦେଶେ ଉପୁଡ଼ି ପଡ଼ୁଛନ୍ତିଲ କୃଷ୍ଣସିଂହ. ମହାଭାରତ, ଭୀଷ୍ମ
୩: (ସଂ. କୂଷ୍ଠ) ଗଳିତ କୁଷ୍ଠରୋଗ — ୩. Laprosy with sores.
୪: କୁଷ୍ଠ ରୋଗ ଜନିତ ପଙ୍ଗୁତା — ୪. Deprivation of limbs due to leprosy.
ଦେ. ବିଣ —
କୋଢ଼ିଆ; ଗଳିତକୁଷ୍ଠରୋଗି — Laper; suffering from leprous sores.