Jump to content

କୁଣିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣିଆଁ
ଉଚ୍ଚାରଣ: Kuṇiāñ
मेहमान्; पाहुन; कुनबा

ଦେ. ବିଣ. (ସଂ. କୋଣ) —

୧: ଏକ କୋଣର ଅବସ୍ଥିତ — ୧. Situate in one corner.

୨: (ଅନ୍ୟ ସଂଖ୍ୟାବାଚକ ଶବ୍ଦ ପରେ ଲାଗେ ଯଥା; ଚାରି— କୁଣିଆଁ)—କୋଣଯୁକ୍ତ — ୨. Cornered; having (so many) corners.

୩: ଗମନାଗମନ ପଥଠାରୁ ଦୂରରେ ଅବସ୍ଥିତ — ୩. Out of the way (place).

ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା; ତୁଳ. ସଂ. କୁଟୁମ୍ବ; ପ୍ରା. କୁଡ଼ୁମ୍ବ) —

୧: ଅଭ୍ୟାଗତ ବନ୍ଧୁ —୧. A newcomer relative; a temporary guest.

ନେତ୍ରୋତ୍ସବ କର୍ଣ୍ଣୋତ୍ସବ ବହୁ ଥିଲେ; ସେ ବନେ ହୋଇ କୁଣିଆଁ ରାଧାନାଥ; ୟୟାତି

୨: ବନ୍ଧୁ; ବାନ୍ଧବ —୨. Relative.

୩: ଦୂରାଗତ ବ୍ୟକ୍ତି; ଅତିଥି ୩. A stranger; guest.

୪: ନିମନ୍ତ୍ରିତ ବନ୍ଧୁ —୪. Invited relation.

୫: ବନ୍ଧୁ ଘରକୁ ପଠଯିବା ବେଭାର ସଙ୍ଗରେ କିମ୍ବା ଶାଶୁ— ଘରକୁ ୟାଉଥିବା ଝିଅ ସଙ୍ଗରେ ପରିବାରର ଯେଉଁ ବ୍ୟକ୍ତି ୟାଆନ୍ତି —୫. Relative accompaning a girl to her father-in-law's house.

[ଦ୍ର—କୁଣିଆଁକୁ କାନ୍ଥଭରା ଲାଗିବା ନ୍ୟାୟ—ଘରକୁ କୌଣସି ଅଭ୍ୟାଗତ ବନ୍ଧୁ ଆସିଥିଲେ ଘରର ପତନୋନ୍ମୁଖ କାନ୍ଥର ଭାର ବା ଚିନ୍ତା ତାଙ୍କୁ ଲାଗେ ନାହିଁ, ଏହା ସ୍ବାଭାବିକ ନବାଗତ ବା ସମ୍ପର୍କ— ରହିତ ବ୍ୟକ୍ତି କୌଣସି ବିଷୟରେ ଅନଧିକାର ଚର୍ଚ୍ଚା କଲେ ଏ ନ୍ୟାୟ ପ୍ରଯୋଗ କରାଯାଏ]