Jump to content

କୁଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡା
ଉଚ୍ଚାରଣ: Kuṇḍā
কুঁণ্ড়া भुसी

ସଂ. ବି. ସ୍ତ୍ରୀ. (କୁଣ୍ଡ+ଆ) —

ଦୁର୍ଗା —Goddess Durga.

ଦେ. ବି. (ସଂ. କଡ଼ଙ୍ଗର) —

ଧାନରୁ ଚାଉଳ ବାହାରି ଗଲା ପରେ ବାକି ରହିବ ସୂକ୍ଷ୍ମ ଅଂଶ —The husks of the paddy (left after rice is extracted), used in feeding cattle, mixed with rice-water.

[ଦ୍ର—କୁଣ୍ଡା ମିଶାଇ କୁଟୁତୁଣୀ ହେବା ନ୍ୟାୟ—ଥରେ କୁଟାଯାଇ ପରିଷ୍କୃତ ହୋଇଥିବା ଚାଉଳରେ ପୁଣି ଗୁଡ଼ାଏ କୁଣ୍ଡା ମିଶାଇ ପୁଣି ଉକ୍ତ କୁଣ୍ଡାମିଶା ଚାଉଳକୁ କୁଟି ପରିଷ୍କୃତ କରିବା ପାଇଁ ବୃଥା ପରିଶ୍ରମ କଲାପରି କାର୍ଯ୍ୟ କଲେ ଲୋକେ କୁଣ୍ଡା ମିଶାଇ କୁଟୁତୁଣୀ ହୋବା ନ୍ୟାୟ କରନ୍ତି ଧାନକୁ କୁଟିଲେ ସେଥିରୁ ଯେଉଁ ଚୋପା ବାହାରେ ତାକୁ ଚଷୁ ବା ତଷୁ କହନ୍ତି ଚଷୁର କ୍ଷୁଦ୍ରକଣା ଫତଳଃ କୁଣ୍ଡା ଅଟେ ଓ ସେଥିରେ ଚାଉଳ କ୍ଷୁଦ୍ର ଅଂଶମାନ ଥାଏ ଏଥି ପାଇଁ କାଣ୍ଡିଆକୁଣ୍ଡାକୁ ବାଟି ଦୁଃଖିରଙ୍କୀ ଲୋକେ ପିଠା କରନ୍ତି ଦରକୁଟା ଧାନକୁ ପରିଷ୍କୃତ ଚାଉଳ ବାହାର କରିବା ପାଇଁ ପୁଣି କାଣ୍ଡିଲେ ସେଥିରୁ ଯେଉଁ କ୍ଷୁଦ୍ର ଅଂଶମାନ ବାହାରେ ତାକୁ କାଣ୍ଡିଆ କୁଣ୍ଡା କହନ୍ତି କୁଣ୍ଡା ଚଷୁଠାରୁ ସୂକ୍ଷ୍ମ]

(କୁଣ୍ଡୀ—ସ୍ତ୍ରୀ) ভুঁড়ে मोटा

ପ୍ରାଦେ. (ସମ୍ବଲପୁର) ବି —

ବଡ଼ମୁହାଁ ମାଠିଆ — A wide-mouthed earthen pitcher.

ଦେ. ବିଣ. ପୁଂ —

୧: କୁଣ୍ଢା; ମୋଟା; ସ୍ଥୂଳାବୟବବିଶିଷ୍ଟ — ୧. Stout; fat; corpulent.

୨: ପେଟୁଆ; ପେଟା; ସ୍ଥୂଳୋଦର —୨. Pot-bellied.