କୁଣ୍ଡାଦେଇ ପାଠପଢ଼ିବା
ଦେଖଣା
କୁଣ୍ଡାଦେଇ ପାଠପଢ଼ିବା —
ଉଚ୍ଚାରଣ: Kuṇḍādei pāṭhapaṟḍ̠ẖibā
ଦେ. କ୍ରି —
(ଆବଧାନକୁ ବା ଗୁରୁଙ୍କୁ) କିଛି ଦକ୍ଷିଣା ନ ଦେଇ (ଯଥା— କୁଣ୍ଡା ଦକ୍ଷିଣା ଦେଇ) ତାଙ୍କଠାରୁ ବିଦ୍ୟାଶିକ୍ଷା କରିବା; ମୂର୍ଖ ହେବା — To study under a teacher without paying fees; to become a dunce.
[ଦ୍ର—ଗୁରୁଙ୍କୁ କୁଣ୍ଡାପରି ସ୍ବଳ୍ପ ମୂଲ୍ୟର ବସ୍ତୁ ଦକ୍ଷିଣା ଦେଇ ପାଠ ପଢ଼ିଲେ ଗୁରୁ ଉକ୍ତ ପିଲାକୁ ମନ ଲଗାଇ ପଢ଼ାନ୍ତି ନାହିଁ; ଅତଏବ ଉକ୍ତ ପିଲା ମୂର୍ଖ ହେବା ସ୍ବାଭାବିକ କେହି ବ୍ୟକ୍ତିର ବିଦ୍ୟା— ବୁଦ୍ଧି ଦେଖା ନ ଗଲେ ଲୋକେ ତାକୁ କହନ୍ତି 'ତୁ କୁଣ୍ଡା ଦେଇ ପାଠ ପଢ଼ିଥିଲୁ କି?']