Jump to content

କୁଣ୍ଢନ ପାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଢନ ପାଇବା
ଉଚ୍ଚାରଣ: Kuṇḍna na pāibā

ଦେ. ବି —

୧: କୌଣସି ବସ୍ତୁ (ଯଥା—ଗଛର ଗଣ୍ଡି; ଖୁଣ୍ଟ) ଏତେ ବେଶି ମୋଟା ହେବ ଯେ ତାକୁ କୁଣ୍ଢାଇଲେ ଦୁଇ ହାତର ଅଗ ପରସ୍ପରକୁ ସ୍ପର୍ଶ ନ କରିବ — ୧. The state of a thing (e.g. the trunk of a tree; a pillar) being so large in girth that it cannot be entwined by the arms, so that the finger-ends may touch each other.

(ଯଥା—ଏ ତାଳଗଛକୁ ମୋ କୁଣ୍ଢ ପାଉ ନାହିଁ)

୨: (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ମନ ଗର୍ବ ବା ଆନନ୍ଦରେ ଅତ୍ୟଧିକ ବିସ୍ଫାରିତ ହେବାରୁ ତା ମନର ଗତି କଳନା କରି ନ ହେବା; ଗର୍ବ ବା ଆନନ୍ଦରେ ସ୍ଫୀତ ହେବା — ୨. The state of a person's mind being so elated with pride or joy that it cannot be fathomed by others; (one's mind) to be swollen with joy or pride.

(ଯଥା—ତାକୁ ବର୍ତ୍ତମାନ ଧାନଗୁଡ଼ିଏ ମିଳିଯିବାରୁ ତା ମନକୁ ଆଉ କୁଣ୍ଢ ପାଉ ନାହିଁ ଏହିପରି ମଧ୍ୟ 'ତା ମନକୁ ଲଙ୍ଗଳ ଦଉଡ଼ି ପାଉ ନାହିଁ' ବାକ୍ୟ ବ୍ୟବହୃତ ହୁଏ)