କୁତ
ଦେଖଣା
କୁତ —
ଉଚ୍ଚାରଣ: Kuta
কুত
कुत, कनकूत
ଦେ. ବି. (ତୁଳ. ସଂ. କୁଟ=ଗଦା; ସଂ. ଆକୂତ=ଆଶୟ) —
୧: ଫଳଥିବା ଫଳ ଫସଲ ସଂଗୃହୀତ ହେବା ପୂର୍ବରୁ ତାହା ଗଣନା ବା ମାପ ନ କରି ତହିଁର ଆନୁମାନିକ ପରିମାଣ ନିରୂପଣ; ଗୁତା (ଗଞ୍ଜମ) — ୧. Measurement or estimate of the quantity of a crop before it is harvested; appraisement of the produce.
୨: ବୃକ୍ଷର ଫଳ ବା ନଇପଖରୀର ମାଛର ଆନୁମାନିକ ପରିମାଣ କିମ୍ବା ହାରାହାରି ମୂଲ୍ୟ ନିରୁପଣ — ୨. Valuation of the standing crop or produce; rough appraisement of the standing crop in a field or fruit on a tree or of fish in a tank (before they are taken).
୩: ପାତ୍ର ମଧ୍ୟସ୍ଥିତ ପଦାର୍ଥର ଆନୁମାନିକ ସପରିମାଣ ନିରୂପଣ — ୩. Rough calculation of the contents of a receptacle.