Jump to content

କୁତପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତପ
ଉଚ୍ଚାରଣ: Kutapa

ସଂ. ବି. (କୁ=ଈଷତ୍+ତପ୍ ଧାତୁ=ତାପ ଦେବା+କର୍ମ. ଅ; ଏହି ସମୟରେ ସୂର୍ଯ୍ୟଙ୍କ ତାପ ମନ୍ଦୀଭୂତ ହୁଏ) —

୧: ଦିବସର ୧୫: ଭାଗରୁ ୮: ମ ଭାଗ ସମୟ; ବେଳ ଗଡ଼ିବା ସମୟ; ଦ୍ବିପହରର ଠିକ୍ ପରବର୍ତ୍ତୀ କାଳ — ୧. The ୮th part of the day (divided into ୧୫ parts); time just past mid-day.

୨: ଶ୍ରାଦ୍ଧ ସମୟ —୨. The proper time for offering 'Pinda' to the manes in a Ṡrāddha.

୩: ବାଦ୍ୟ —୩. Drum; musical instrument.

୪: ଛାଗଲୋମଜ କମ୍ବଳ — ୪. Blanket made of goat-hair.

୫: କୁଶ —୫. The Kuṡa grass.

୬: ସୂର୍ଯ୍ୟ —୬. The sun.

୭: ଅଗ୍ନି —୭. Fire.

୮: ଅତିଶୟ ଉତ୍ତାପ —୮. Great heat.

୯: ଅତିଥି —୯. Guest.

୧: ତୃଣବିଶେଷ —୧୦. The Aus grass (Apte).

୧୧: ଭାଗିନେୟ; ଭଣଜା —୧୧. Sister's son.

୧୨: ଦୌହିତ୍ର; କନ୍ୟାର ପୁତ୍ର; ନାତି — ୧୨. Daughter's son.

୧୩: ବଳଦ; ଷଣ୍ଢ —୧୩. Ox; bull.

୧୪: ବ୍ରାହ୍ମଣ —୧୪. A Brāhmaṇa.

୧୫: ଦ୍ବିଜ —୧୫. A person of the twice-born castes.

୧୬: ଗୋରୁ —୧୬. Cattle.

୧୭: ମିତାକ୍ଷରା ଶାସ୍ତ୍ର ଅନୁସାରେ ଶ୍ରାଦ୍ଧରେ ଆବଶ୍ୟକ ୮:ଟି ଅଙ୍ଗ (ଯଥା—ମଧ୍ୟାହ୍ନର ଠିକ୍ ପରବର୍ତ୍ତୀ ଦିବସର ଅଷ୍ଟମଭାଗ, ଗଣ୍ଡା ଶିଂଘର ପାତ୍ରୀ, ନେପାଳୀକମ୍ବଳ, ରୂପାବାସନ, କୁଶ, ତିଳ, ଗାଈ ଓ ଶ୍ରାଦ୍ଧପତରରେ ଭୋଜନ କରିବା ପାଇଁ ଦୌହିତ୍ର; ହି. ଶଦ୍ଧସାଗର) — ୧୭. Eight things required for the performence of a Ṡrāddha according to the Mitāksharā code.