କୁତୂହଳ
କୁତୂହଳ —
ଉଚ୍ଚାରଣ: Kutūhaḻa
ସଂ. ବି. (କୁତଃ+ହଳ) —
୧: ଔତ୍ସୁକ୍ୟ — ୧. Eagerness; impetuosity.
୨: ଇଚ୍ଛା —୨. Desire; inclination.
୩: ବିଳାସ; ଆନନ୍ଦ —୩. Diversion; delight; pleasure.
୪: ଈପ୍ସିତଫଳପ୍ରାପ୍ତିଜନିତ ଆନନ୍ଦ — ୪. Gratification.
୫: ଆଶ୍ଚର୍ୟ୍ୟ ଓ ଆନନ୍ଦ ଉତ୍ପାଦକ ବସ୍ତୁ — ୫. A curiosity; a thing of beauty and wonder.
୬: କୌଣସି ଅଜ୍ଞାତ ବିଷୟ ଜାଣିବାର ଆକାଂକ୍ଷା; କୌତୁହଳ — ୬. Curiosity; inquistiveness.
୭: କ୍ରୀଡ଼ା —୭. Play; sport; game.
ଶୁଣି କହେ ଦ୍ବାରପାଳ, ନୋହେ ଏ ସଂଗ୍ରାମ କାଳ; ଜଳବୁଡ଼ା କୁତୂହଳ, କରେ ତୃପାଳ ବିଶ୍ବନାଥ, ବିଚିତ୍ରରାମାୟଣ
୮: ଯେଉଁ ବସ୍ତୁ ବା ବିଷୟ କୌତୁହଳ ଉତ୍ପାଦନ କରେ — ୮. What excites curiosity; anything interesting. (M.W.)
ବିଣ —
୧: ଆଶ୍ଚର୍ୟ୍ୟଜନକ —Wonderful.
୨: ଉତ୍କୃଷ୍ଟ; ଅତ୍ବୁତ୍ତମ —୨. Excellent; best.
୩: ପ୍ରସିଦ୍ଧ —୩. Celebrated.
୪: କୌତୁକପ୍ରଦ —୪. Diverting.
୫: ପ୍ରଶଂସିତ —୫. Praised.
ଦେ. ବିଣ —
କୌତୁକରତ —Engaged in sports.
ଅନନ୍ଦ ମନେ ପକ୍ଷିକୁଳ, ଗଭୀର ନାଦେ କୁତୂହଳ ଜଗନ୍ନାଥ. ଭାଗବତ