କୁତ୍ସିତ
ଦେଖଣା
କୁତ୍ସିତ —
ଉଚ୍ଚାରଣ: Kutsita
(କୁତ୍ସିତା—ସ୍ତ୍ରୀ)
ସଂ. ବିଣ. ପୁଂ. (କୁତ୍ସ ଧାତୁ+କର୍ମ, ତ) —
୧: ନିନ୍ଦିତ; ମନ୍ଦ; ହୀନ — ୧. Mean; low; bad; vile; nasty.
୨: ଅବଜ୍ଞେୟ — ୨. Fit to be treated with disregard.
୩: ହେୟ; ଘୃଣ୍ୟ — ୩. Despised; contemptible; hateful.
୪: ଦୋଷଯୁକ୍ତ; କଦର୍ୟ୍ୟ — ୪. Wretched; nasty.
୫: ମନରେ ୟାହା ଘୃଣା ଜନ୍ମାଏ —୫. Disgusting.
୬: କୁରୂପ; କଦାକାର — ୬. Ugly; deformed; disfigured.
ସଂ. ବି. (+ ଭାବ. ତ) —
ଭର୍ତ୍ସନା —A buse; reproach.
ଦେ. ବିଣ —
କୃପଣ; ହୀନଦୃଷ୍ଟିଆ —Niggardly.
[ଦ୍ର—ଉଚ୍ଚାରଣ ଦୋଷରେ ଏ ଶବ୍ଦକୁ ଲୋକେ କୁଚ୍ଛିତ କହନ୍ତି]