କୁନଖୀ
ଦେଖଣା
କୁନଖୀ —
ଉଚ୍ଚାରଣ: Kunakhī
ସଂ. ବିଣ. (କୁନଖ+ଅଛି ଅର୍ଥରେ ଇନ୍; ୧: ମା. ୧: ବ) —
୧: କୁତ୍ସିତ ନଖବିଶିଣ୍ଡ (ବ୍ୟକ୍ତି) — ୧. (person) Having ugly nails.
୨: ୟାହାର ନଖ ସଂକୁଚିତ ହୋଇଥାଏ — ୨. Having contracted nails.
ସୁବର୍ଣ୍ଣ ହରି ଥାଇ ଯେବେ କୁନଖୀ ହୋଇ ଜନ୍ମ ଲଭେ ଜଗନ୍ନାଥ. ଭାଗବତ
୩: ଯେଉଁ ବ୍ୟକ୍ତିର ନଖମାନ ମରି ଯାଇଥାଏ; ମଲାନଖ— ବିଶିଷ୍ଟ —୩. A person having diseased or dead nails.
କନଖୀ ବୃଥା ପ୍ରଶ୍ନଘାତୀ ଗ୍ରାମଘାତୀ x x x ଗୃହଦାହୀ, ବୃତ୍ତିଭୋଗୀ ଯେ ଅଧ୍ୟାପକ ପାପୀ ବୋଲନ୍ତି ଏ ଜାଣ ହେ ନରଶିଖ କୃଷ୍ଣସିଂହ. ମହାଭାରତ. ଶାନ୍ତି