Jump to content

କୁନ୍ତୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ତୀ
ଉଚ୍ଚାରଣ: Kuntī

ସଂ. ବି. ସ୍ତ୍ରୀ (ନାମ) (କୁନ୍ତ=କୁନ୍ତିଭୋଜ ରାଜା+ ଦେୟାର୍ଥେ. ଅ+ସ୍ତ୍ରୀ. ଈ) —

୧: କର୍ଣ୍ଣ, ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କ ମାତା; କୁନ୍ତିଭୋଜ— ରାଜାଙ୍କ ପୋଷ୍ୟକନ୍ୟା; ପୃଥା; ପଣ୍ଡୁରାଜାଙ୍କ ପ୍ରଥମା ସ୍ତ୍ରୀ — ୧. The adopted daughter of the king Kuntibhoja; the first wife of king Paṇḍu mother of Karṇṇa, J̄udhusṭhira, Bhima and Arjuna.

[ଦ୍ର—କୁନ୍ତୀ ବା ପୃଥା ଶୂରନାମକ ୟାଦବଙ୍କର କନ୍ୟା ଥିଲେ ଓ ତାଙ୍କୁ କୁନ୍ତିଭୋଜ ରାଜା ପାଳିଥିଲେ ଏ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ଏହାଙ୍କ କର୍ଣ୍ଣ ବାଟେ 'କର୍ଣ୍ଣ'ଙ୍କୁ ଜନ୍ମ କରିଥିଲେ ଓ ପରେ ପଣ୍ଡୁଙ୍କୁ ବିବାହ କଲେ ଏ ପଣ୍ଡୁଙ୍କର ପ୍ରଥମା ସ୍ତ୍ରୀ ଅଭିଶାପ ଯୋଗୁଁ ସ୍ବାମୀ ଏହାଙ୍କ ସଙ୍ଗେ ସହବାସ ନ କରି ପାରିବାରୁ ଏ ଦୁର୍ବାସାଙ୍କଠାରୁ ପ୍ରାପ୍ତ ଗୋଟିଏ ମାଳକୁ ଜପିବା ଦ୍ବାରା ଧର୍ମ, ବାଯୁ ଓ ଇନ୍ଦ୍ର ଦେବତାଙ୍କୁ ଆହ୍ବାନ କରି ସେମାନଙ୍କ ଔରସରେ ଯଥାକ୍ରମେ ଯୁଧିଷ୍ଠିର, ଭୀମ ଓ ଅର୍ଜନଙ୍କୁ ଜନ୍ମ କରିଥିଲେ]

୨: ସୁଗନ୍ଧ ଝୁଣାବିଶେଷ — ୨. A fragrant resin.

୩: ବ୍ରାହ୍ମଣପତ୍ନୀ — ୩. The wife of a Brāhmaṇa.

୪: ଦେଶବିଶେଷ ଓ ତହିଁର ଅଧିବାସୀ — ୪. Name of a country and its inhabitants.