କୁନ୍ଥନ
କୁନ୍ଥନ —
ଉଚ୍ଚାରଣ: Kunthana
ସଂ. ବି. (କୁନ୍ଥ ଧାତୁ= କ୍ଳେଶ ଦେବା+ଭାବ. ଅନ) —
୧: କଠିନ ପରିଶ୍ରମ ବା କ୍ଳେଶଦାୟକ ରୋଗର କ୍ଳେଶ— ଦ୍ଯୋତନାର୍ଥ ନିଶ୍ବାସକୁ କିଛି କ୍ଷଣ ଅଟକାଇ ପରେ ତ୍ୟାଗ— କରଣ; କେତେକ ସମୟ ନିଶ୍ବାସ ଜୋର୍ରେ ବନ୍ଦ କରି ପରେ ଛାଡ଼ି ଦେବା —୧. Straining of the nerves to overcome a difficult work.
୨: କୁନ୍ଥାଣ; ଶୂଳାଦି ବା ବିଷ୍ଟବ୍ଧ—ମଳନିଃସାରଣ ଚେଷ୍ଟା ଯୋଗୁଁ କୁନ୍ଥାଇବା; ରୋଗ ବାଧାରେ ଉଁ ଉଁ କରିବା; ସ୍ତନନ — ୨. Groaning hard; moaning or straining or hard-breathing while suffering from a painful disease or passing hard stools.
[ଦ୍ର—କୋଷ୍ଠବଦ୍ଧ ହେଲେ ମଳକୁ ବହିର୍ଗତ କରାଇବା ପାଇଁ ଓ ପ୍ରସୂତୀ ଗର୍ଭସ୍ଥ ଶିଶୁକୁ ବହିର୍ଗତ କରାଇବା ପାଇଁ ଓ ଗ୍ରହଣୀ— ରୋଗୀ ମଳକୁ ନିଷ୍କାସନ କରିବା ପାଇଁ ଓ ରୋଗ ଆଦିର ପୀଡ଼ୀକୁ ସହିବା ପାଇଁ ପ୍ରାଣୀ କେତେକ୍ଷଣ ଜୋର୍ରେ ନିଶ୍ବାସ ବନ୍ଦ କରି ପରେ ଉକ୍ତ ନିଶ୍ବାସକୁ ଛାଡ଼ିଦେବା ପ୍ରକ୍ରିୟାକୁ କୁନ୍ଥନ ବୋଲାଯାଏ]