କୁମାର
କୁମାର —
ଉଚ୍ଚାରଣ: Kumāra
(କୁମାରୀ—ସ୍ତ୍ରୀ)
ସଂ. ବି. ପୁଂ. (ବହୁବ୍ରୀହି; କୁ=କୁତ୍ସିତ; ଅଳ୍ପ+ମାର=କନ୍ଦର୍ପ; କିମ୍ବା କୁମାର୍=କ୍ରୀଡା କରିବା+କର୍ତ୍ତୃ. ଅ) —
୧: ପୁତ୍ର —୧. Son.
(ଯଥା—ରାଜକୁମାର; ଅଶ୍ବାନୀ କୁମାର ଇତ୍ୟାଦି)
୨: ପଞ୍ଚମ ବର୍ଷୀୟ ବାଳକ —୨. Boy of five years.
୩: ଯୁବକ —୩. Youth.
୪: କାର୍ତ୍ତିକେୟ —୪. God Kārttikeya.
୫: ଟିକାଏତ; ରାଜପୁତ୍ର; ଯୁବରାଜ — ୫. Prince; heir apparent.
୬: ପାଞ୍ଚବର୍ଷରୁ କମ୍ ବୟସ୍କ ବାଳକ ଶିଶୁ — ୬. A boy bellow five years of age.
୭: ନିର୍ମଳ ସ୍ବର୍ଣ୍ଣ; ଖାଣ୍ଟି ସୁନା —୭. Pure gold.
୮: ନାଟକାଦିରେ ଯୁବରାଜଙ୍କୁ ସମ୍ବୋଧନ —୮. Term used in addressing a prince in dramas.
୯: ସିନ୍ଧୁନଦୀର ଗୋଟିଏ ନାମ — ୯. A name of the river Indus.
୧: ସହିସ; ଅଶ୍ବବାରକ — ୧୦. A syce; a groom for a horse.
୧୧: ଭାରତ ବର୍ଷର ନାମାନ୍ତର (ବାମନ ପୁରାଣ) — ୧୧. A name of ancient India.
୧୨: ମଙ୍ଗଳଗ୍ରହ (ନବଗ୍ରହ ସ୍ତୋତ୍ର) — ୧୨. The planet Mars.
୧୩: ଶୁକପକ୍ଷୀ —୧୩. Parrot.
୧୪: ତୀର୍ଥବିଶେଷ —୧୪. Name of a shrine.
୧୫: ପର୍ବତବିଶେଷ —୧୫. Name of a mountain.
୧୬: ବରୁଣ ଗଛ —୧୬. A tree; Crateava Rox burghii.
୧୭: ସନକ, ସନଦ, ସନାତନ, ସନତ୍କୁମାର ଋଷି (ଏମାନେ ଶୈଶବରୁ ବ୍ରହ୍ମଚାରୀ ଥିବାରୁ) —୧୭. Name of some bachelor sages.
୧୮: ଅଶ୍ବବାରକ ବୃକ୍ଷ (ପ୍ରକୃତିବାଦ) —୧୮. Name of a tree.
ଦେ. ବି. —
୧: ଅବିବାହିତ ବାଳକ — ୧. Unmarried boy; bachelor.
୨: କୁମ୍ଭକାର —୨. Potter.