Jump to content

କୁମ୍ଭକର୍ଣ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭକର୍ଣ୍ଣ
ଉଚ୍ଚାରଣ: Kumbhakarṇṇa

ସଂ. ବି .ପୂ. (ନାମ)ବହୁବ୍ରୀହି; କୁମ୍ଭ ପରି କର୍ଣ୍ଣ ୟାହାର) —

୧: ରାବଣର ସାନ ଭାଇ (ଏହାକୁ ଶ୍ରୀରାମ ବଧ କରିଥିଲେ) —୧. The brother of Rābaṇa (who was killed by Rāma.)

[ଦ୍ର— ଏ ସହସ୍ର ପ୍ରାଣୀ, ଋଷି ଓ ଅସ୍ପରାଙ୍କୁ ଖାଉଥିଲା ଓ ଦେବତାସାନେ ଏହାର ଉତ୍ପାତରେ ଅତ୍ୟନ୍ତ ଭୀତ ହୋଇଥିଲେ ଏ ଇନ୍ଦ୍ର ଓ ଇନ୍ଦ୍ରହସ୍ତୀ ଐରାବତକୁ ନିର୍ୟ୍ୟାତନା କରି ଶାପ ପାଇଥିଲା ଏ ଶାପରୁ ମୁକ୍ତ ହେବା ପାଇଁ ତପସ୍ୟା କରି ବହ୍ମାଙ୍କୁ ତୁଷ୍ଟ କଲା ବ୍ରହ୍ମାଙ୍କୁ ବର ମାଗିବା ସମୟରେ ଦେବତାମାନଙ୍କ ପ୍ରାର୍ଥନାକ୍ରମେ ସରସ୍ବତୀ ଏହାର ଜିଭରେ ବିଜେ କରିବାରୁ ଏହାର ତୁଣ୍ତ ଲେଉଟି ଗଲା ଓ ବ୍ରହ୍ମାଙ୍କୁ 'ଇନ୍ଦ୍ରପଦ' ବର ମାଗିବାକୁ ଯାଇ ଏ 'ନିଦ୍ରାପଦ' ମାଗିଦେଲା ଏ ୬: ମାସ ନିଦ୍ରାଯାଇ ୧: ଦିନ ମାତ୍ର ଜାଗ୍ରତ ରହୁଥିଲା ଲଙ୍କାକୁ ବାନରବଳ ଘେରିବା ସମୟରେ ଏହାର ନିଦାକାଳ ନ ପୂରୁଣୁ ରାବଣ ବହୁ ଚେଷ୍ଟା କରି ଏହାଙ୍କୁ ଉଠାଇଲା ଓ ଶେଷରେ ଏ ଶ୍ରୀରାମଙ୍କ ଦ୍ବାରା ନିହତ ହେଲା]

୨: ଶିବ —୨. Name of Ṡiba.

ଦେ. ବି —

ଦାକ୍ଷିଣାତ୍ୟର ଗୋଟିଏ ନଗରର ନାମ — Kombakonam; name of a town in Madras presidency.