କୁମ୍ଭି
କୁମ୍ଭି —
ଉଚ୍ଚାରଣ: Kumbhi
ସଂ. କୁମ୍ଭିକ; ପର୍ପଟଦ୍ରୁମ
କୁମ୍ଭୀ
কুম্ভী
कुम्मे; काकम्भ; कुम्भ
ଦେ. ବି —
୧: କ୍ଷେତ୍ରକୁ ଜଳ ଉତ୍ତୋଳନ କରିବା ୟନ୍ତ୍ରବିଶେଷ; ତେଣ୍ତା —୧. A contrivence to left water to the field from tanks for irrigation.
୨: ଜାମ୍ଭଜାତୀୟ ବନ୍ୟ ତରୁ —୨. A wild tree with white big flowers and big fruits; its fibrous bark is made into ropes and is used for wearing by a certain sect of anchorites; Carey Arborea.
[ଦ୍ର— ଏ ଗଛ ଗଡ଼ଜାତର ଜଙ୍ଗଲରେ ଜନ୍ମେ ପ୍ରତିବର୍ଷ ଗଛରୁ ପତ୍ର ଝଡ଼େ ବସନ୍ତକାଳରେ ନୂଆପତ୍ର ଓ ଫୁଲ ହୁଏ ଫୁଲ ଧଳା ଓ ବଡ଼; ଫଳ କୁମ୍ଭାକାର ଏହି ହେତୁରୁ ନାମ କୁମ୍ଭୀ ଏଥିର ବକଳରେ ମୋଟ ଦଉଡ଼ି ହୁଏ ଓ ଏହି ବଳ୍ମଲକୁ ଛେଚି କୁମ୍ଭୀ— ପଟୁଆମାନେ ପିନ୍ଧନ୍ତି ଏହାର ଫଳକୁ ଗୋରୁ ଓ ହରିଣମାନେ ଖାଆନ୍ତିଫଳ କଷା ଓ ପାଚିଲେ ଟିକିଏ ମିଠା ଲାଗେ କୁମ୍ବିପଟ ବା ବକଳର ଫଳ କଷା ଓ ପାଚିଲେ ଟିକିଏ ମିଠା ଲାଗେ କୁମ୍ଭପଟ ବା ବକଳର ଧୂଆଁ କିଆରିରେ ଦେଲେ ସେହି ଧୂଆଁ ଗନ୍ଧରେ ହରିଣ, ବରାହ ଆଦି ଜନ୍ତୁ କିଆରିକୁ ଆସି ଫସଲ ନଷ୍ଟ କରି ପାରନ୍ତି ନାହିଁ]