Jump to content

କୁରରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରରୀ
ଉଚ୍ଚାରଣ: Kurarī
কোড়ল্ कुररा

ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) —

୧: ମାଟିଆ ଚିଲ — ୧. Fishing eagle; the Grey Kite.

[ଦ୍ର—ଏମାନଙ୍କ ବୋବାଳି ଦୀର୍ଘ କ୍ରନ୍ଦନଧ୍ଵନି ପରି ଶୁଭେ]

୨: କ୍ରୌଞ୍ଚ ପକ୍ଷୀ —୨. The Osprey.

ଲୁଚି ଏକକିନୀ କାହିଁ ଝରଇ କରୁଣେ କୁରରୀ କି ଦୁଃଖେ ତାହା ଜାଣେ ସେ ଦୁଃଖିନୀ ରାଧାନାଥ. ମହାୟାତ୍ରା

୩: ତେଣ୍ଟେଇ ପକ୍ଷୀ (ହି. ଶବ୍ଦସାଗର) — ୩. The Lapwing.

୪: କପୋତୀ —୪. She-dove.

କୁରରୀ ପ୍ରାଯେ ଚିନ୍ତା ବିପତ୍ତ ଦହିଲା ଭଞ୍ଜ. ପ୍ରେମମୁଧାନିଧି

୫: ମେଣ୍ଢୀ —୫. Ewe.