କୁରୁ
ଦେଖଣା
କୁରୁ —
ଉଚ୍ଚାରଣ: Kuru
ସଂ. ବି. (କୁର୍ ଧାତୁ=ଛେଦନ କରିବା+କର୍ତ୍ତୃ. ଉ; ଯେ ଅନ୍ୟ ରାଜାମାନଙ୍କ ବଳ ଛେଦନ କରିଥିଲେ) —
୧: ହସ୍ତିନାର ପ୍ରାଚୀନ ରାଜାବିଶେଷ — ୧. An ancient king of Hastinā or Delhi.
୨: ଭାରତୀୟ ଚନ୍ଦ୍ରବଂଶୀୟ ରାଜନ୍ୟ — ୨. A king descended from the Lunar race of India.
୩: (କୃ ଧାତୁ+ଅଧିକରଣେ. ଉ)—ପ୍ରାଚୀନ ଆର୍ୟ୍ୟବର୍ତ୍ତର ଦେଶବିଶେଷ; ଆଧୁନିକ ଦିଲ୍ଲୀର ଚତୁଃପାର୍ଶ୍ବସ୍ଥ ପ୍ରାଚୀନ ଦେଶ; ଉତ୍ତରକୁରୁଦେଶ; —୩. An ancient country in North India round the mordern Delhi.
[ଦ୍ର—ପ୍ରାଚୀନ କୁରୁଦେଶ ଦୁଇ ଭାଗରେ ବିଭକ୍ତ ଥିଲା—ଉତ୍ତର— କୁରୁ—ହିମାଳୟର ଉତ୍ତରରେ ଅବସ୍ଥିତ ତିବ୍ବତ ଓ ପାରସ୍ୟାଦି; ଦକ୍ଷିଣ— କୁରୁ—ହିମାଳୟର ଦକ୍ଷିଣରେ ଅବସ୍ଥିତ ପାଞ୍ଚାଳାଦି]
୪: ପୁରହିତ —୪. Priest.
୫: ଭାତ; ଅନ୍ନ —୫. Boiled rice.