କୁରୁକ୍ଷେତ୍ର
କୁରୁକ୍ଷେତ୍ର —
ଉଚ୍ଚାରଣ: Kurukshetra
ସଂ. ବି. (କୁରୁ+କ୍ଷେତ୍ର) —
୧: କୌରବ ଓ ପାଣ୍ଡବ ମାନଙ୍କର ରଣଭୂମି (ଆଧୁନିକ ଦିଲ୍ଲିର ଚତୁର୍ଦ୍ଧିଗସ୍ଥ ଭୂମି) —୧. The famous battle-field near Delhi where the Mahābhārata battle was fought between the Pāṇḍabas and the K&aline;&uline;rabas.
୨: ଆଧୁନିକ ଥାନେଶ୍ବର; ହିନ୍ଦୁମାନଙ୍କର ତୀର୍ଥବିଶେଷ — ୨. Thaneswar; a place of Hindu Pilgrimage.
କୁରୁକ୍ଷେତ୍ରେ ଚଇତ୍ର ଶୁକ୍ଳ ଚତୁର୍ଦ୍ଧଶୀ ଦିନ ସ୍ନାନ କଲେ ସେ ଦିବ୍ୟ ରଥେ ବସି କୃଷ୍ଣସିଂହ. ମହାଭାରତ. ବନ
[ଦ୍ର—କୁରୁକ୍ଷେତ୍ର ହିନ୍ଦୁମାନଙ୍କର ଏକ ପ୍ରଚୀନ ତୀର୍ଥ ଏହା ସରସ୍ବତୀ ନଦୀର ବାମକୂଳରେ ଓ ଅମ୍ବାଲା ଏବଂ ଦିଲ୍ଲୀର ମଧ୍ୟରେ ଅଗସ୍ଥିତ ବୈଦିକଯୁଗରେ ଏଠାରେ ଋଷିମାନେ ୟଜ୍ଞ କରୁଥିଲେ ଏଠାରେ ଥିବା ବ୍ରହ୍ମସର ନାମକ ଏକ ପୁଣ୍ୟ ସରୋବରରେ ସ୍ନାନ କରି ପରଶୁରାମ କ୍ଷତ୍ରିୟହତ୍ୟାଜନିତ ପାପରୁ ମୁକ୍ତ ହୋଇଥିଲେ ଚନ୍ଦ୍ରବଂଶୀୟ ରାଜା କୁରୁ ଏଠାରେ ଗୋଟିଏ ସରୋବର ନିକଟରେ ତପସ୍ୟା କରିଥିଲେ ଏଠାରେ ମହାଭାରତୋକ୍ତ କୁରୁପାଣ୍ଡବଯୁଦ୍ଧ ହେବାପରେ ଏଠାରେ ସ୍ଥାଣୁନାମକ ଏକ ଶିବଲିଙ୍ଗ ସ୍ଥାପିତ ହେଲା ଏଠାରେ ସ୍ଥାଣ୍ବୀଶ୍ବର (ଥାନେଶ୍ବର)ନାମକ ନଗର ମଧ୍ୟ ସ୍ଥାପିତ ହେଲା ଏଠାରେ ପୁଷ୍ପଭୂତି ରାଜା ବର୍ଦ୍ଧନନାମରେ ଏକ ରାଜବଂଶ ପ୍ରତିଷ୍ଠା କଲେ ଓ ଉକ୍ତ ରାଜବଂଶରେ ପ୍ରସିଦ୍ଧ ମହାରାଜା ହର୍ଷବର୍ଧନ ଜନ୍ମିଲେ ଗ୍ରହଣ ଓ ପର୍ବଆଦି ପୁଣ୍ୟ ଦିବସରେ ଏଠାରେ ବଡ଼ ବଡ଼ ମେଳା ଅବଧି ହେଉଅଛି ହିନ୍ଦୀ ଶବ୍ଦସାଗର]