କୁରୁବେଲି
ଦେଖଣା
କୁରୁବେଲି —
ଉଚ୍ଚାରଣ: Kurubeli
ସଂ. ପର୍ୟ୍ୟାୟ—ବାଳ; ହ୍ରୀବେର
ବର୍ହିଷ୍ଠ; ଉଦିଚ୍ୟ; ବାଳକା;
କେଶ ଏବଂ ଅମ୍ବୁବାଚକ ଶବ୍ଦମାନ
বালা; গন্ধবালা
सुगन्धबाला
ଆ. ଆସାରୁନ୍
ତେ. ବାଟ୍ଟୀବେଲ୍ଲୁ;
କୁରୁବେରୁ
ଦେ. ବି. (ସଂ. ହ୍ରୀବେର) —
ସୁଗନ୍ଧ ପୁଷ୍ପଗୁଳ୍ମବିଶେଷ — An flowering plant; Pavonia Odorata.
ହେ କୁରୁବେଲି ନାଗେଶ୍ବର, ଚମ୍ପା ପୁନ୍ନାଗ କନିଅଚ; ଜଗନ୍ନାଥ. ଭାଗବତ
[ଦ୍ର—ଏହା ଜବାଦି ବର୍ଗର ବନ୍ୟ ଛୋଟ ସୁଗନ୍ଧ କ୍ଷୁପ, ପତ୍ର ଘନଲୋମଶ ଓ ସକୋଣ ଫୁଲ ଆରକ୍ତ, ବାର ମାସ ଫୁଟେ, ଫଳ ପଞ୍ଚକୋଷ, କିନ୍ତୁ ଗର୍ଭକୋଷର ଅଗ୍ର ଦଶ ଭାଗରେ ବିଭକ୍ତ ଏଥିର ମୂଳ ଔଷଧରେ ଲାଗେ ଏହା ଶୀତବୀର୍ୟ୍ୟ, ରୁକ୍ଷ, ଅଗ୍ନିଦୀପକ ଓ ପାଚକ ଏହା ହୃଲ୍ଲାସ, ଅରୁଚି, ବିସର୍ପ, ହୃଦ୍ରୋଗ, ଆମଦୋଷ ଓ ଅତିସାରନାଶକ]