କୁରୁମ
କୁରୁମ —
ଉଚ୍ଚାରଣ: Kuruma
কাছিম
कछुआ
ଦେ. ବି. (ସଂ. କୂର୍ମ) —
୧: ବଡ଼ କଇଁଛ; କୂର୍ମ —୧. A big tortoise.
[ଦ୍ର—ପୁରୀ ଇନ୍ଦ୍ରଦ୍ଯୁମ୍ନ ପୋଖରୀରେ ଅନେକ କୁରୁମ ଅଛନ୍ତି, ଖଇ ଉଖୁଡ଼ା ଓ ମୁଆଁ ପାଣିରେ ଫିଙ୍ଗିଲେ ଏମାନେ ଉଠି ତାହା ଖାଆନ୍ତି ପ୍ରବାଦ ଅଛି ଯେ ଇନ୍ଦ୍ରଦ୍ଯୁମ୍ନ ମହାରାଜଙ୍କ ଅମଳରେ ମନୁଷ୍ୟମାନେ ବଡ଼ଦେଉଳକୁ ପଥର ବୋହି ବୋହି ସେମାନଙ୍କ ପିଠିରେ ବିଣ୍ଡି ହୋଇଯିବାରୁ କୁରୁମ ପାଲଟି ଯାଇ ଇନ୍ଦ୍ରଦ୍ଯୁମ୍ନ ପୋଖରୀରେ ଏପର୍ଯ୍ୟନ୍ତ ଅଛନ୍ତି ୟମୁନା ନଦୀରେ, ମଥୁରା ଓ ବୃନ୍ଦାବନରେ ଅନେକ କୁରୁମ ଦେଖା ୟାଆନ୍ତି]
୨: ବିଷ୍ଣୁଙ୍କର ଦ୍ବିତୀୟ ଅବତାର (ମହାପ୍ରଳୟ କାଳରେ ବିଷ୍ଣୁ କୂର୍ମ ରୂପ ଧରି ପୃଥିବୀକୁ ପିଠିରେ ବହନ କରି ଉଦ୍ଧାର କରିଥିଲେ) —୨. The second incarnation of Bishṇu in the shape of a tortoise bearing the earth on his back in the Great Deluge.
କୁରୁମ ଅବତାରେ ପୁଣି, ତହିଲେ ଆତ୍ମା ରୁପ ଘେନି ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ
୩: ବାସୁକିର ଆସନଭୁତ କଚ୍ଛପ — ୩. The mythological tortoise on which the Bāsuki serpent is supported while supporting the universe on its hood.
ବାଦ୍ୟ ନାଦ ଶବଦରେ କୁରୁମ ଉଛୁଳି ସାରଳା, ମହାଭାରତ. ଆଦି
୪: ଏକ ଜାତୀୟ ହାଲୁକା କାଠ (ଏଥିରେ ସବାରି, ଆଲମାରି ଆଦି ତିଆରି ହୁଏ) — ୪. A kind of light wood used for light furnitures; Odina Cardifolia.
ପ୍ରାଦେ. (ଘୁମୁସର) ବି —
ଶୂଦ୍ର ଜାତିବିଶେଷ — A class of Ṡūdras.
[ଦ୍ର—ଏମାନେ ପୂର୍ବେ ଘୁମୁସର ରାଜାଙ୍କ ସୈନ୍ୟ ଥିଲେ ଏମାନଙ୍କ ମଧ୍ୟରେ ଅନେକ ଧନୀ ଅଛନ୍ତି ଏମାନେ ବର୍ତ୍ତମାନ ପାଇକ କାମ କରନ୍ତି]