Jump to content

କୁରୁଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁଳିବା
ଉଚ୍ଚାରଣ: Kuruḻibā
কুরুরা, কুরুরান चितकारना, कुरलना, कुलेलना

ଦେ. କ୍ରି. (ସଂ. କୁର୍ ଧାତୁ=ଶବ୍ଦ କରିବା) —

୧: ଆନନ୍ଦରେ ହାସ୍ୟପୂର୍ବକ ଚିତ୍କାର କରିବା — ୧. To laugh loudly in joy.

୨: ଆନନ୍ଦରେ ଚିତ୍କାରପୂର୍ବକ ଡେଇଁବା —୨. To leap with joy while uttering loud sounds.

୩: ଉଚ୍ଚ ଧ୍ଵନି କରିବା — ୩. To make a loud sound.

୪: କଳନାଦ କରିବା — ୪. To make a buzzing sound.

ଲୁବ୍ଧ ମଧୁପ କୁରୁଳୁଛନ୍ତି ଚଉପାଶେ ସାରଳା. ମହାଭାରତ

୫: ପାନିଆରେ କେଶକୁ କୁଣ୍ଡାଇବା ଓ ସାଉଁଳିବା — ୫. To comb the hair.

କେଶ କୁରୁଳଇ ଧୀର ଧୀର କରି ବିଞ୍ଚି ସାରଳା. ମହାଭାରତ. ଉଦ୍ଯୋଗ