Jump to content

କୁଲାବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲାବା
ଉଚ୍ଚାରଣ: Kulābā
কুলাবা आँकुडि

ସଂ .ବି(ସଂ. କୁଲ୍ୟ ଓ ବାତ) —

୧: ତୁଷମିଶା ଶସ୍ୟାଦିରୁ ତୁଷ ଉଡାଇବା ପାଇଁ କୁଲାଦ୍ବାରା ବିଞ୍ଚିବା — ୧. The blowing of corn by blowing with the winnowing fan to blow away the chaff.

[ଦ୍ର—ବେଙ୍ଗଳା ପଡ଼ି ଅମଳ ହୋଇଥିବା ତୁଷପୂର୍ଣ୍ନ ଧାନକୁ କୁଲାବା କରି ସେଥିରୁ ତୁଷୟାକ ଉଡ଼ାଇ ଦିଆନ୍ତି]

୨: ଦଣ୍ଡ ସ୍ବରୁପ କୈଣସି ବ୍ୟକ୍ତି ଥଣ୍ଡା ପାଣିରେ ବୁଡାଇ ତାକୁ କୁଲାଦ୍ବାରା ବିଞ୍ଚିବା —୨. Fanning a man's

body with winnowing fan after dipping his body in cold water in the wintry season (as apunishment formerly inflicted on criminals.)

[ଦ୍ର—ଶୀତ ଦିନରେ ଅପରାଧୀଙ୍କୁ ଥଣ୍ଡା ପାଣିରେ ବୁଡ଼ାଇ ଆଣି ଉପରେ ଠିଆକରାଇ କୁଲାଦ୍ବାରା ତାଙ୍କୁ ବିଞ୍ଚା ୟାଉଥିଲା ଓ ତଦ୍ବାରା ତା ଦେହ ହେମାଳ ହେବାରୁ ସେ ଭାରି କଷ୍ଟ ଭୋଗ କରୁଥିଲା]

আঁকুড়ি कुलाबा

ବୈଦେ. ବି. (ଆ କୁଲାବା=କବାଟର ଡମଣୀ) —

ଅଣ୍ଟାସୂତା ଓ ହାରଆଦିର ଦୁଇ ମୁଣ୍ଡକୁ ଯୋଡ଼ିବା ପାଇଁ ବ୍ୟବହୃତ ଧାତୁମୟ ଅଙ୍କୁଶ; ଦୁଇ ମୁଣ୍ଡରେ ବଙ୍କା ଅଙ୍କୁଶ- ବିଶିଷ୍ଟ ଧାତୁଖଣ୍ଡ —A bit of thin metal inversely hooked at both ends and attached to one end of a waist chain or necklace to attach the opposite end to it while putting it down.