କୁଲା ବୁଲାଇବା
ଦେଖଣା
କୁଲା ବୁଲାଇବା —
ଉଚ୍ଚାରଣ: Kulā bulāibā
ଦେ. କ୍ରି —
ଚୋରର ନାମ ଜାଣିବା ସକାଶେ ଗୋଟିଏ କୁଲାକୁ ମୁନିଆଁ ଜିନିସ ଉପରେ ରଖି ମନ୍ତ୍ରପାଠ କରି ଯେଉଁ ଲୋକଙ୍କଠାରେ ସନ୍ଦେହ ହୁଏ ଏପରି ସମସ୍ତଙ୍କ ନାମ ଡାକିବାକୁ ହୁଏ; ଯେଉଁ ଲୋକର ନାମ ଉଚ୍ଚାରଣ କରିବା ମାତ୍ରେ କୁଲାଟି ସେ ମୁନ ଉପରେ ଘୁରେ ସେ ଚୋର ବୋଲି ପ୍ରପାଶ ହୁଏ; ଏହି ପ୍ରକ୍ରିୟା ଅନୁଧାବନ କରିବା — To cause a winnowing fan to remove on the point of a pointed article to find out the name of the actual thief, by uttering mantras.
[ଦ୍ର—ହିନ୍ଦୁସ୍ଥାନରେ ଗୋଟିଏ ଗିନାକୁ ଜଣେ ମନ୍ତ୍ର ପଢୁପଢୁ ଚଳାଉଥାଏ ଓ ଯେଉଁ ଲୋକଆଡକୁ ଗିନା ଚଳେ ତାକୁ ଚୋର ବୋଲି ଧରାଯାଏ ଏହାକୁ ବାଟୀ ହାଁକ୍ନା କୁହନ୍ତି]