କୁଲି
କୁଲି —
ଉଚ୍ଚାରଣ: Kuli
ଦେ. ବିଣ. (ସଂ. କୁଣକ; ଅନ୍ୟ ଶବ୍ଦ ପୂର୍ବେ ବ୍ୟବହୃତ) —
କ୍ଷୁଦ୍ର; ଛୋଟ —Small; little; diminutive.
(ଯଥା—କୁଲିବେଙ୍ଗ; କୁଲିଗେଣ୍ଡା)
ପ୍ରାଦେ. (ସମ୍ବଲପୁର) ବି. ପୁଂ. —
୧: ତନ୍ତି ମାନଙ୍କର ଏକ ଶ୍ରେଣୀ —A caste of weavers in Sambalpur.
[ଦ୍ର—ତନ୍ତିଙ୍କର ଅନ୍ୟ ଶ୍ରେଣୀ ଭୂଲିଆ ଓ କୋଷ୍ଟା]
୨: (ସ୍ତ୍ରୀ)—ସ୍ତ୍ରୀ; ନାରୀ —୨. Woman.
୩: ସ୍ତ୍ରୀ ମଜୁରିଦାର —୩. A cooly woman; a female dayb labourer.
ପ୍ରାଦେ. (ଗଡଜାତ) ବି. —
ଲୁହା ଜିନିଷ ଗଢ଼ିବା ମଜୁରି — The wages of making iron articles.
ପ୍ରାଦେ. (ମଧ୍ୟପ୍ରଦେଶ) ବି. —
ମଧ୍ୟପ୍ରଦେଶରେ ପ୍ରଚଳିତ ଓଡ଼ିଆ ଭାଷର ପ୍ରକାରବିଶେଷ —A form of the Oṟḍ̠iā languages spoken in the central province as reported in the census report of ୧୯୨୧.
কুলী
कुली
ବୈଦେ. ବି. (ତୁର୍କି) —
୧: ମଜୁରି ଲାଗିବା ଲୋକ — ୧. Acooly.
୨: ସାଧାରଣ ମୁଲିଆ —୨. A day labourer.
୩: ମଜୁରିରେ ନିଯୁକ୍ତ ହେବା ଚାକର — ୩. A servant working for wages.
୪: ଚୁକ୍ତି ଦ୍ବାରା ଆବଦ୍ଧ ହୋଇ ଦେଶାନ୍ତରରେ ନିର୍ଦିଷ୍ଟ କାମପାଇଁ ମୁଲଲାଗି ପରିଶ୍ରମସାଧ୍ୟ ଚାଷ କାର୍ଯ୍ୟ ଆଦି କରିବାକୁ ଯିବା ଲୋକ —୪. Indentured labourer emigrating to a foreign country.
[ଦ୍ରେ—ଏ ଶବ୍ଦ ଇଂରାଜୀଭାଷାରେ ମଧ୍ୟ ବ୍ୟବହୃତ ହେଲାଣି ଗଣନା- ଦ୍ବାରା ଦେଖା ଯାଇଅଛି ଯେ ଭାରତର ୩: କୋଟି ଲୋକ ମଧ୍ୟରୁ ପ୍ରାୟ ୧୭: ଲକ୍ଷ କଳକାରଖାନାରେ କୁଲିଗିରି କରୁ ଅଛନ୍ତି ଯଥା;-
ରେଳବାଇରେ ୧: ଲକ୍ଷ୧: ହଜାର
କୋଇଲାଖଣିରେ ୧: ଲକ୍ଷ ୮: ହଦାର
ଝୋଟକଳରେ ୨: ଲକ୍ଷ ୯: ହଜାର
ଲୁଗାକଳରେ ୩: ଲକ୍ଷ ୫: ହଜାର
ଚାହାବାଗନରେ ୭: ଲକ୍ଷ୫: ହଜାର