କୁଳନନ୍ଦନ
ଦେଖଣା
କୁଳନନ୍ଦନ —
ଉଚ୍ଚାରଣ: Kuḻanandana
ସଂ. ବି. (୬: ଷ୍ଠୀ ତତ୍; କୁଳ+ନନ୍ଦି ଧାତୁ+କର୍ତ୍ତୁ. ଅନ) —
୧: ଉତ୍ତମ କାର୍ୟ୍ୟଦ୍ବାରା ବଂଶର ମର୍ୟ୍ୟାଦା— ବର୍ଦ୍ଧକ ବ୍ୟକ୍ତି; ବଂଶର ପ୍ରତିଷ୍ଠାବର୍ଦ୍ଧନକାରୀ ବ୍ୟକ୍ତି — A person who increases the honour of a family by his conduct.
୨: ବଂଶର ଗୈରବ —୨. One who is an ornament or glory to the family.
ଭଣଜା କୁଳନନ୍ଦନ; ହଗି ଦେଲେ ଗୁହଚନ୍ଦନ ଢଗ
୩: ସକ୍ତୁଳପ୍ରସ୍ତୁତ ବ୍ୟକ୍ତି —୩. High born person.
୪: ବଂଶଧର —୪. Offspring; one born of the family.
୫: (ଭାବ+ଅନ) ବଂଶର ମର୍ୟ୍ୟାଦାର ବୃଦ୍ଧି — ୫. Increase or the prestige of a family.
ସଂ. ବିଣ —
ବଂଶର ମର୍ୟ୍ୟାଦାବର୍ଦ୍ଧକ — Increasing augmenting the family. prestige