କୁଳୀଶ
ଦେଖଣା
କୁଳୀଶ —
ଉଚ୍ଚାରଣ: Kuḻīṡa
ସଂ. ବି. (କୁଳ=ପର୍ବତ+ଶୋ ଧାତୁ=ଦାରଣ କରିବା+କରଣ. ଅ; ୟାହାଦ୍ବାରା ଇନ୍ଦ୍ର ପର୍ବତମାନଙ୍କୁ ବିଦାରଣ କରିଥିଲେ; କିମ୍ବା କୁଳ=ହସ୍ତ+ଶୀ ଧାତୁ=ଶୋଇବା +କତ୍ତୃ. ଅ; ୟାହା ଇନ୍ଦ୍ରଙ୍କ ହସ୍ତରେ ଶୋଇଥାଏ) —
୧: ବଜ୍ର —୧. Thunder-bolt.
୨: ଇନ୍ଦ୍ରଙ୍କ ବଜ୍ରାସ୍ତ୍ର —୨. The thundr-bolt of Indra.
୩: କଳାବାଇଁଶିମାଛ; ମତ୍ସ୍ୟବିଶେଷ —୩. A kind of fresh-water fish; Labeo Gonius; Labeo calbasu; Pomotis.
[ଦ୍ର—ଏହା କଷାୟ ମଧୂର ରସ, ହୃଦ୍ୟ, ଅଗ୍ନି ଓ ବଳବର୍ଦ୍ଧକ, ସ୍ନିଗ୍ଧ, ଲଘୁ ଓ ମଳସଂଗ୍ରାହକ; ଏହା ବାଯୁ ରୋଗ ଓ ଅରୁଚିରେ ଉପକାରୀ ]
୪: ଅଗ୍ରଭାଗ —୪. The top; apex.