Jump to content

କୁଶଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶଳ
ଉଚ୍ଚାରଣ: Kuṡaḻa

ସଂ. ବି. ପୁଂ. (କୁ=କୁତ୍ସିତ+ଶୋ ଧାତୁ=ନାଶ କରିବା+ କର୍ତ୍ତୃ. ଅ; କିମ୍ବା କୁଶ+ଲା=ଗ୍ରହଣ କରିବା+ଅ) —

୧: କଲ୍ୟାଣ; ମଙ୍ଗଳ —୧. Welfare; prosperity; happiness.

୨: ଉପଦ୍ରବ; ବା ଆପଦରୁ ମୁକ୍ତି — ୨. Freedom from danger.

୩: ନୈପୁଣ୍ୟ —୩. Skill.

୪: ପୂଣ୍ୟ —୪. Meritorious act.

୫: ସାମର୍ଥ୍ୟ —୫. Competence; proficiency; ability.

(କୁଶଳା—ସ୍ତ୍ରୀ)

ବିଣ. ପୁଂ —

୧: ଉତ୍ତମ —୧. Good.

୨: ନିପୁଣ; ଦକ୍ଷ; ଚତୁର —୨. Competent; adept; proficient; skilful.

୩: ଶିକ୍ଷିତ —୩. Educated; learned.

୪: ଉଚିତ; ଉପଯୁକ୍ତ —୪. Right; proper.

୫: ସୁଖୀ; କଲ୍ୟାଣଯୁକ୍ତ —୫. Prosperous; happy.

୬: ନିରାପଦ —୬. Free from danger.

ଦେ. ବି —

କୋଶଳ (ଦେଖ) —Koṡaḻa (See)

କୁଶଳ କୁଶଳ ଦେଶ ପାଳନେ ସେହି ଭଞ୍ଜ. ପ୍ରେମସୁଧାନିଧି

ଦେ. ବିଣ —

ପାଚିଲା —Ripe.

କୁଶଳ ରସାଳ ସମ ହେବାରୁ ତାଳକୁ ଦୀନକୃଷ୍ଣ. ରସକଲ୍ଲୋଳ