Jump to content

କୁଷ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଷ୍ଠ
ଉଚ୍ଚାରଣ: Kushṭha
কুঠ पापरोग; काढ़ ଓ. କୋଢ଼

ସଂ. ବି. (କୁଷ୍ ଧାତୁ=ଛିଣ୍ଡାଇବା+କର୍ତ୍ତୃ. ଠ; କୁ=କୁତ୍ସିତ+ସ୍ଥା ଧାତୁ+କର୍ତ୍ତୃ. ଅ) —

୧: ଭୟାନକ ଚର୍ମ ଓ ମାଂସ ବ୍ୟାଧିବିଶେଷ — ୧. Leprosy; lepra; Antony's Fire.

[ଦ୍ର—ଏହି ରୋଗ ବୈଦଶାସ୍ତ୍ର ଅନୁସାରେ ଅଠର ପ୍ରକାରା ଆଧୁନିକ ପଣ୍ଡିତମାନେ ଗବେଷଣାଦ୍ବାରା ସ୍ଥିର କରିଅଛନ୍ତି ଯେ ଏ ରୋଗର କୀଟାଣୁ ଦେହରେ ପ୍ରଥମେ ପ୍ରବେଶ କରିବା ସମୟରୁ ୨୨୫୩: ବରଷ ପର୍ଯ୍ୟନ୍ତ ଦେହରେ ବଞ୍ଚିରହେ ସୁସ୍ଥ ମନୁଷ୍ୟକୁ ଏ କୀଟ କିଛି କରି ପାରେ ନାହିଁ; କିନ୍ତୁ ମନୁଷ୍ୟ ଉପଦଂଶ, ମାଲେରିଆ, କୃମି, ମଳବଦ୍ଧତା ଆଦି ରୋଗରେ ଆକ୍ରାନ୍ତ ହୋଇ ଦୁର୍ବଳ ହେଲେ ଏ କୀଟ ଦେହରେ ମାତିଉଠେ ଏ କୀଟ ଏକ ମାସରୁ ପଚିଶ ବର୍ଷ ଯାଏ ମନୁଷ୍ୟ ଦେହରେ ଲୁପ୍ତ ହୋଇ ରହେ ଆଳସ୍ୟ, ପଖାଳ, ସଢ଼ାମାଛ ବା ଶୁଖୁଆ ଭୋଜନ, ବେଶ୍ୟାସହବାସ, ଅପରିଷ୍କୃତ ବସ୍ତ୍ର ପରିଧାନ, ଅପରିଷ୍କୃତ ଗୃହରେ ବାସ, ବ୍ୟାୟାମର ଅଭାବଦ୍ବାରା ଏ କୁଷ୍ଠକୀଟ ଶରୀରରେ ମାଡ଼ିଯାଇ କୁଷ୍ଠ ରୋଗ ଜନ୍ମାଏ ଦୈନିକ ଆଶା ୧୨୫୨୯:

ପୂର୍ବେ ଏହା ଦୁରାରୋଗ୍ୟ ବୋଲି ବିବେଚିତ ହେଉଥିଲା; କିନ୍ତୁ ପାଶ୍ଚାତ୍ୟ ପଣ୍ଡିତମାନେ (Injection) ଇଞ୍ଜେକ୍ସନ୍ଦ୍ବାରା ଏହା ଆରୋଗ୍ୟ କରିବାର ଦାବୀ କରୁଅଛନ୍ତି]

୨: କୁଢ଼; ଔଷଧଦ୍ରବ୍ୟବିଶେଷ; କାଶ୍ମୀରଜାତ ବୃକ୍ଷବିଶେଷର ଛାଲ — ୨. A medicinal bark; Saussurea Lappas; Costus Speciosus.