କୁଷ୍ମାଣ୍ଡ
କୁଷ୍ମାଣ୍ଡ —
ଉଚ୍ଚାରଣ: Kushmāṇḍa
ଅନ୍ୟ ସଂ. ନାମ—
କାଶୀଫଳ,
କର୍କାରୁ
ପ୍ରା. କୁମ୍ହଂଡ
চালকুমড়া, ছঁচিকুমড়া
कुम्हड़ा, पेठा
ত্তড়কুমড়া, মিঠাকুমড়া
पोला कुम्हड़ा
ସଂ. ବି. (କ=ପୃଥିବୀ+ଉଷ୍ମନ୍=ଉଷ୍ମ+ଅଣ୍ଡ) —
୧: ପାଣିକଖାରୁ — ୧. Pumpkin ground; Benincasa Cerifera.
[ଦ୍ର—ଏହା ଧଳା ରଙ୍ଗର ପାଉଁସିଆ ଲମ୍ବା ଫଳବିଶିଷ୍ଟ ଲତା; ଏଥିରୁ ଫୁଲ ହଳଦିଆ; ଏ ଫଳରେ ଔଷଧ, ମୁରବ୍ବା ବଡ଼ ଓ ତରକାରୀ ହୁଏ]
୨: ବୋଇତିକଖାରୁ — ୨. Cucurbita Maxima; ground.
୩: ଶିବାନୁଚରବିଶେଷ — ୩. A class of attendants of Ṡiba.
୪: ମନ୍ତ୍ରବିଶେଷ — ୪. A particular religious formula.
୫: ଗର୍ଭିଣୀର ଗର୍ଭସ୍ଥଳୀ; ଜରାଯୁ — ୫. ovary; womb.
୬: ମିଥ୍ୟାଗର୍ଭ; ମୂଢ଼ଗର୍ଭ — ୬. A flase conception; appearance of conception (e.g. swelling of the abdomen and breasts) without actual fructification in the womb).
୭: ଭୂତଯୋନିବିଶେଷ — ୭. A class of aerial spirts; imp.