Jump to content

କୁହୁଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଳା
ଉଚ୍ଚାରଣ: Kuhuḻā

ଦେ. ବି. (ସଂ. କୁହେଳି) —

୧: ନିଆଁ ଲାଗି ଜଳିବା ପୂର୍ବରୁ ଚୁଲିରେ ଖଞ୍ଜା ହେବା କାଠ ଆଦିରୁ ଧୁଆଁଉଠିବା — ୧. Smoking of the fuel before being ablaze; smouldering.

୨: ଚୁଲିରେ ନିଆଁ ଲଗାଇବା ପାଇଁ ପ୍ରଥମେ ଦିଆ ଯିବା଼ ନିଆଁ ଲୁଣ୍ଡା — ୨. The imflammable twigs. straw etc applied to the fuel for igniting it.

ହାଣ୍ଡିଶାଳ ଦୁଆରେ ଘସିକୁହୁଳା ଥୋଇ ଦେଇଛି— ଫକୀରମୋହନ. ଗଳ୍ପସ୍ବଳ୍ପ

ଦେ. ବିଣ —

୧: ପୋଡ଼ା; ପୋଡ଼ି ଯାଇଥିବା; ଦଗ୍ଧ (ଖାଦ୍ୟଦ୍ରବ୍ୟ) — ୧. Burnt; overbaked (food).

୨: କାଠ ଜଳିବା ପୂର୍ବରୁ ଧୁଆଁ ବାହାରୁଥିବା (ଚୁଲ୍ଲୀ) — ୨. Somoking or smouldering (oven).