Jump to content

କୂର୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂର୍ମ
ଉଚ୍ଚାରଣ: Kūrma
(କୂର୍ମୀ—ସ୍ତ୍ରୀ)

ସଂ. ବି. ପୁଂ. (କୁ= ଈଷତ୍+ଊର୍ମି=ବେଗ+ଅ; କିମ୍ବା କୁ= ଜଳ ପରି+ଊର୍ମି= ବେଗ, ୟାହାର) —

୧: କଚ୍ଛପ — ୧. Tortoise.

୨: ହାତର ଆଙ୍ଗୁଠିଦ୍ବାରା କରାଯିବା ଠାରବିଶେଷ — ୨. A particular gesticulation with the fingers.

୩: କୁରୁମ; ବଡ଼ କଇଁଚ —୩. Big tortoise.

୪: ଶରୀରର ବାହ୍ୟ ବାଯୁବିଶେଷ —୪. One of the outer winds of the body.

୫: ବିଷ୍ଣୁଙ୍କର ଦ୍ବିତୀୟ ଅବତାର —୫. The second or tortoise incarnation of Bishṇu.

[ଦ୍ର—ଏହି ଅବତାରରେ ବିଷ୍ଣୁ ଆପଣା ପିଠିରେ ପୃଥିବୀକୁ ଟେକି ଧରିଥିଲେ]

୬: ପୂଜା ସମୟରେ ବ୍ୟବହୃତ ମୁଦ୍ରାବିଶେଷ — ୬. A particular intertwining of the fingers during rituals.