କୃତ
କୃତ —
ଉଚ୍ଚାରଣ: Kṛuta
ସଂ. ବିଣ. (କୃ ଧାତୁ= କରିବା; ଛେଦନ କରିବା+ କର୍ମ. ତ) —
୧: ପୃଷ୍ଟ —୧. Created.
୨: ରଚିତ —୨. Composed.
୩: ପ୍ରସ୍ତୁତ; ନିର୍ମିତ — ୩. Manufactured; prepared; made.
୪: ସମ୍ପାଦିତ କରାଯାଇଥିବା — ୪. Done; achieved; perform.
୫: ଅର୍ଜ୍ଜିତ —୫. Earned.
୬: ବିହିତ —୬. Accomplished.
୭: ଉପଯୁକ୍ତ —୭. Fit.
୮: ହିଂସିତ —୮. Avenged; injured.
ଦେ. ବିଣ. (ସଂ. କୃତ୍) —
କାରୀ; କରିବା ବ୍ୟକ୍ତି —Doing.
କ୍ଷତ୍ରିୟ କୁଳ କାଳାନଳ ପରଶୁରାମ ଗର୍ବ ଖର୍ବ କୃତ ହେ ବିଶ୍ବନାଥ. ବିଚିତ୍ରରାମାୟଣ
ସଂ. ବି. —
୧: ସତ୍ୟଯୁଗ —୧. The first of the four ages (of the Hindu mythology) when truth was reigning on earth; the age of rightousness.
୨: କର୍ମ; କାର୍ଯ୍ୟ; ଅନୁଷ୍ଠାନ — ୨. Work; deed; action.
୩: ହିଂସା —୩. Injury; mischief; malice.
୪: ଫଳ —୪. Consequence; result.
୫: ନୈବେଦ୍ୟ —୫. Offering.
୬: ଉଦ୍ଦେଶ୍ୟ —୬. Aim; object.
୭: ଯୁଦ୍ଧରୁ ପ୍ରାପ୍ତ ଧନାଦି — ୭. Prize or booty gained in a battle.
୮: ଚାରି ସଂଖ୍ୟା —୮. The number ୪.
୯: ପଶା କାଠିର ଯେଉଁ ପାଖରେ ଚାରିଟି ବିନ୍ଦୁ ଥାଏ — ୯. That face or side of dice having four points (Apte).
୧: ସେବା —୧୦. Service.
୧୧: ଉପକାର —୧୧. Benefit; service rendered.
୧୨: ଖେଳରେ ବାନ୍ଧିବା ହୁଡ଼ — ୧୨. Stake at a game.
୧୩: ଇନ୍ଦ୍ରଜାଲ —୧୩. Magic; sorcery.