Jump to content

କୃତ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତ୍ୟ
ଉଚ୍ଚାରଣ: Kṛutya

ସଂ. ବି. (କୃ ଧାତୁ+କର୍ମ. ୟ) —

୧: କାର୍ଯ୍ୟ —୧. Act; work.

୨: କର୍ତ୍ତବ୍ୟ କର୍ମ —୨. Duty.

୩: ପ୍ରଯୋଜନ —୩. Necessity.

୪: କରଣୀୟ କାର୍ଯ୍ୟ; ବ୍ୟବସାୟ — ୪. Business; function.

୫: ଉଦ୍ଦେଶ୍ୟ —୫. Object; aim.

୬: କାରଣ —୬. Cause.

୭: (ବ୍ୟାକରଣ) ଧାତୁର ଉତ୍ତର ତବ୍ୟ, ଅନୀୟ ଓ ୟ ପ୍ରତ୍ୟୟ —୭. (grammar) The potential passive participles; the suffixes of tabya, anīya and j̄a in Sanskrit.

ସଂ. ବିଣ —

୧: କର୍ତ୍ତବ୍ୟ; ୟାହା କରିବା ଉଚିତ — ୧. What should be done.

୨: ଉପଯୁକ୍ତ —୨. Proper; fit.

୩: କରଣୀୟ; ୟାହା କରାଯାଇ ପାରେ; ସାଧ୍ୟ — ୩. Feasible; practicable.

୪: ବିଶ୍ବାସଘାତକ —୪. Treacherous.

ଦେ. ବି.

୧: ସାମର୍ଥ୍ୟ —୧. Capacity.

କୃତ୍ୟ ନ ଥିଲେ ବିକେ ନିର୍ଦ୍ଦନ ଧନ ଦୀନକୃଷ୍ଣ . ରସକଲ୍ଲୋଳ

୨: ଅଧିକାର; ଚାରା —୨. Power; authority.

ମୁଁ ତାଙ୍କୁ କି ବୋଲିବି ମୋହିଲା ନାହିଁ ତ କୃତ୍ୟ ଯେ ଦୀନକୃଷ୍ଣ. ରସକଲ୍ଲୋଳ

୩: କାଣ୍ଡ; ଛଳ; ଚାତୁରୀ —୩. Trick; tactics.

୪: ଗୋଳମାଳ —୪. Ado.

୫: ଜୀବନଧାରଣୋପାୟ — ୫. Livelihood; living.

୬: ସାଂସାରିକ କର୍ମମାନ — ୬. Worldly affairs.