କୃତ୍ରିମ
ଦେଖଣା
କୃତ୍ରିମ —
ଉଚ୍ଚାରଣ: Kṛutrima
ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) —
୧: ଅପ୍ରାକୃତିକ; ମନୁଷ୍ୟଦ୍ବାରା ରଚିତ — ୧. Unnatural; artificial; man-made; manufactured.
୨: କାଳ୍ପନିକ; କଳ୍ପିତ; ମନଗଢ଼ା — ୨. Fabricated; fictitious.
୩: ଅଯଥାର୍ଥ —୩. Unreal; unsubstantial.
୪: ପୋଷ୍ୟ (ସନ୍ତାନ); ଦତ୍ତକ (ପୁତ୍ର) — ୪. Adopted. (son).
୫: ଭେଲ; ଅବିଶୁଦ୍ଧ —୫. Not genuine.
୬: ନକଲ —୬. Imitated.
୭: ବାହ୍ୟ —୭. External; affected.
୮: ଜାଲ୍; ଫରେବ୍ — ୮. Forged; got up; fabricated.
ଦେ. ବି. —
୧: ଅନ୍ୟର ଅନିଷ୍ଟଚିନ୍ତା; ଷଡ଼ୟନ୍ତ୍ର — ୧. Plans to injure others; plot.
୨: ଜାଲ୍ —୨. Forgery.
୩: ମିଥ୍ୟା ମକଦ୍ଦମା — ୩. Got up or fabricated case.