କୃଷ୍ଣଚରଣ ପଟ୍ଟନାଯକ
ଦେଖଣା
କୃଷ୍ଣଚରଣ ପଟ୍ଟନାୟକ —
ଉଚ୍ଚାରଣ: Kṛushṇacharaṇa pāṭṭanāyaka
ଦେ. ବି. (ନାମ) —
ଊନବିଂଶ ଶତାବ୍ଦିର ଜୈନିକ ଓଡ଼ିଆ କବି — A famous Oṟḍ̠iā poet of the ୧୯th century.
[ଦ୍ର—ଏ ଗଞ୍ଜାମ ଜିଲ୍ଲାର ଧରାକୋଟ ଅଧିବାସୀ ଓ ଜାତିରେ କରଣ ସେ ରାଜା କୃଷ୍ଣସିଂହଙ୍କ ସମକାଳୀନ ଓ ତାଙ୍କର ମଧ୍ୟ କର୍ମଚାରୀ ଥିଲେ ବାଲ୍ମୀକିଙ୍କ ସଂସ୍କୃତ ରାମାୟଣକୁ ଏ ଓଡ଼ିଆରେ ଅନୁବାଦ କରିଥିଲେ ରାଜକାର୍ୟ୍ୟରୁ ଅବସର ଗ୍ରହଣ କରି ଏ ୧୮୧୫: ସାଲରେ ରାମାୟଣ ରଚନା କଲେ ପୁରାତନ କବି ବଳରାମ ଦାସଙ୍କ ରାମାୟଣ ପରି ଏହାଙ୍କ ରଚିତ ରାମାୟଣର ଭାଷା ସରଳ, ମଧୁର, ବିଶୁଦ୍ଧ ଓ ଓଡ଼ିଶାରେ ସର୍ବତ୍ର ଆଦୃତ ଏହା ଛଡ଼ା ସେ ଭାଗବତ, କଲ୍କି ପୁରାଣ ଓ ବାମନ ପୁରାଣ ମଧ୍ୟ ଓଡ଼ିଆରେ ଅନୁବାଦ କରିଥିଲେ ତାଙ୍କ ବିରଚିତ ପୁସ୍ତକମାନ ମାନ୍ଦ୍ରଜ ଓ ଆନ୍ଧ୍ର, ବିଶ୍ବବିଦ୍ୟାଳୟରେ ପାଠ୍ୟପୁସ୍ତକରୂପେ ନିର୍ବାଚିତ ହୋଇ- ଥାଏ]