Jump to content

କୃଷ୍ଣସିଂହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣସିଂହ
ଉଚ୍ଚାରଣ: Kṛushṇasiṁgha

ସଂ. ବି. (ନାମ) —

ବିଖ୍ୟାତ ଓଡ଼ିଆ ମହାଭାରତ ପ୍ରଣେତା — The famous poet of the Oṟḍ̠iā Mahābhārata.

[ଦ୍ର—କୃଷ୍ଣସିଂହ ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ଧରାକୋଟ ରାଜ୍ୟର ରାଜା ଥିଲେ ଏହାଙ୍କର ଜନ୍ମ ୧୭୨୯: ଓ ମୃତ୍ବୁ ୧୭୮୮:ରେ ଘଟିଥିଲା ତାଙ୍କ ପିତା ନୀଳାଦ୍ରି ସିଂହ ସ୍ବୀୟ ଜ୍ଯେଷ୍ଠ ଭ୍ରାତା ରାଜା ରାଜେନ୍ଦ୍ର ସିଂହଙ୍କ ସଙ୍ଗେ ବିରୋଧୀ ହୋଇ ନୂଆଗଡ଼ ରାଜ୍ୟରେ ବାସ କରୁଥିଲେ କୃଷ୍ଣସିଂହଙ୍କ ବାଲ୍ୟକାଳ ନୂଆଗଡ଼ରେ କଟିଥିଲା ରାଜେନ୍ଦ୍ରସିଂହ ନିଃସନ୍ତାନ ହୋଇ ମୃତ ହେବାରୁ କୃଷ୍ଣ ସିଂହ ୧୭୮୧: ସାଲରେ ଧରାକୋଟର ରାଜା ହୋଇ ସାତ ବର୍ଷ ମାତ୍ର ରାଜତ୍ବ କରିଥିଲେ ସେ ବାଲ୍ୟକାଳରୁ ବିଦ୍ୟାପ୍ରତି ଅନୁରାଗୀ ଥିଲେ ନୂଆଗଡ଼ରେ ଅବସ୍ଥାନ କରୁଥିବା ସମୟରେ ଏ ସଂସ୍କୃତ ଅଧ୍ୟୟନ କରିଥିଲେ ଏକ ବର୍ଷ ମାତ୍ର ସାକ୍ଷାତ୍ ଶାସନ କରି ବିଶ୍ବସ୍ତ କର୍ମଚାରୀମାନଙ୍କ ଉପରେ ରାଜ୍ୟଶାସନ ଭାର ନ୍ୟସ୍ତ କରି ସେ ସାହିତ୍ୟ ଚର୍ଚ୍ଚାରେ ଲାଗିଲେ ବେଦବ୍ୟାସଙ୍କର କୃତ ମୂଳ ସଂସ୍କୃତ ମହାଭାରତକୁ ସେ ସରଳ ଓଡ଼ିଆ ପଦ୍ୟରେ ଅନୁବାଦ କରିଥିଲେ ତାଙ୍କର ଓଡ଼ିଆ ମହାଭାରତ ଆଦ୍ୟପର୍ବ ୧୭୮୨: ରେ ରଚିତ ହୋଇଥିଲା]