Jump to content

କେନ୍ଦୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦୁ
ଉଚ୍ଚାରଣ: Kendu
ସଂ. ନାମ—କେନ୍ଦୁକ; ତିନ୍ଦୁକ ତିନ୍ଦୁ, କାକେନ୍ଦୁ, କାଳସ୍କନ୍ଦ, ଶିତିସାଉକ, ଅତିମୁକ୍ତକ, ତିନ୍ଦୁଳ, ନୀଳସାର, କାଳସାର, ସ୍ଫୁର୍ଜକ ଓ. କେନ୍ଦୁ গাব, কেন্দু, মাকড়কেন্দ केँदु, केन्द, तेन्दु माकड़केन्द ମ. ଟେଂଭୁର୍ନୀ, ଆପନ ତେ. ତମିକ ତା ତୁମ୍ବିକ ଗୁ ଟିଂବର ବୋ ଫା ଅବନୁସ୍

ଦେ. ବି.—(ସଂ. ତିନ୍ଦୁକ; କେନ୍ଦୁକ) —

କୁଆକେନ୍ଦୁ; ତମାଳ— ଜାତୀୟ ବଡ଼ ବୃକ୍ଷ —A tree; Diospyrus Embreyopteris; Diospyrus Melanoxylon; Diospyrus Montana (Kirtikar).

[ଦ୍ର—ଗଛ ଶ୍ୟାମଳ ବର୍ଣ୍ଣ, ପତ୍ର ଚିକ୍କଣ ଓ ମୋଟା; ଫଳ ୧: ଇଞ୍ଚ ଠାରୁ ଦେଢ଼ ଇଞ୍ଚ ପର୍ଯ୍ୟନ୍ତ ବ୍ୟାସବିଶିଷ୍ଟ, ଗୋଲାକାର; କଞ୍ଚା ଫଳରୁ ଏକ ପ୍ରକାର ଅଠା ବାହାରେ, ସେହି ଅଠାର କଷ ପାଣିରେ କେଉଟମାନେ ଜାଲକୁ କଷାନ୍ତି, ଡ଼ଙ୍ଗା— ପଟା ସନ୍ଧିରେ ଯୋଡ଼ ଲଗାନ୍ତି ଚୂନ ଗୋଡ଼ି ଅଠା ଧରିବା ସକାସେ କେନ୍ଦୁ ଅଠା ଉକ୍ତ ଗୋଡ଼ରେ ମିଶା ଯାଏ ଫଳ ପାଚିଲେ ହଳଦିଆ ଦିଶେ ଓ ମିଠା ଲାଗେ ଖରା ଦିନେ ଏହାର ଫଳ ପାଚେ ଗଡ଼ଜାତରେ ଥିବା ଏହି ଜାତୀୟ ମାକଡ଼କେନ୍ଦୁ ଗଛର ମଞ୍ଜ ଘୋର କୃଷ୍ଣବର୍ଣ୍ଣ, ତେଣୁ ଏହାର ମଞ୍ଜ ଅବଲୁସ୍ କାଠ ନାମରେ ପରିଚିତ]

୨: ଅବଲୁସ୍ (ଗଛ ଓ କାଠ; ମାକଡ଼କେନ୍ଦୁ) — ୨. Ebony; Diospyrus Glutinosa.