କେରଣ୍ଟ
ଦେଖଣା
କେରଣ୍ଟ —
ଉଚ୍ଚାରଣ: Keranṭa
ଦେ. (ପ୍ରାଚୀନ ପଦ୍ୟ) ଅ. —
ଯୁଦ୍ଧ କାଳରେ ଏକ ପକ୍ଷ ତଳେ ପଡ଼ି ନିଜେ ପରାସ୍ତ ହେଲି ଏହା ମୁହଁରେ ସ୍ବୀକାର କରିବା; (ଏହାର ଅର୍ଥ ମୁଁ ହାରିଲି) —Interjection used by a vanquished foe in admitting his defeat while pinned to the ground by the adversary.
କେରଣ୍ଟ କହିଲେ ଧର୍ମଯୁଦ୍ଧ ଛାଡ଼ି ଦେବା ଏପରି ଧର୍ମେ ସମର ଉଭଯେ କରିବା ସାରଳା. ମହାଭାରତ
[ଦ୍ର—ପରାଜିତ ଓ ଭୂପତିତ ଯୋଦ୍ଧା 'କେରଣ୍ଟ' ଶବ୍ଦ ଉଚାରଣ କଲେ, ଜେତା ତତ୍କ୍ଷଣାତ୍ ତାକୁ ଛାଡ଼ି ଦେବ, ଏହା ଧର୍ମଯୁଦ୍ଧରେ ଗୋଟିଏ ଅଲଂଘ୍ୟ ନିୟମ]
ଦେ. (ପ୍ରାଚୀନ ପଦ୍ୟ) ବି. —
୧: ଯୁଦ୍ଧ ଓ ଖେଳରେ କରାଯିବା ପଣ; ବାଜୀ —୧. Wager.
ଆରେ ଆରେ ଦୈତ୍ୟ ମାଳଯୁଦ୍ଧର ଏ ବାଟ କିସ କେରଣ୍ଟରେ ମରଣ ହୋଇଲା ନିକଟ ସାରଳା. ମହାଭାରତ
୨: ମାଲଯୁଦ୍ଧରେ ପାରାଜୟ — ୨. Defeat in a boxing match.
ଅସୁର ବଇଲା ଆହୋ କେରଣ୍ଟ ମୋହର ଧର୍ମଯୁଦ୍ଧେ ହାରିଲିରେ ଛାଡ଼ ମହାବୀର ସାରଳା. ମହାଭାରତ